- ଜଳସମ୍ପଦ ବିଭାଗ ଆଇଟି ବ୍ୟବହାର କରି ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ସ୍ଥିତି ଅନୁଧ୍ୟାନ ଓ ପରିଚାଳନା କରିବା ପାଇଁ ସେନ୍ସର –ଆଧାରିତ ଆଇଓଟି ଡିଭାଇସ ସ୍ଥାପନ କରିବ।
- ପ୍ରଥମ ପର୍ଯ୍ୟାୟରେ ୩୭୦୦୦ଟି ଗୋଷ୍ଠୀ ଉଠା ଜଳ ସେଚନ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ ନେଇ ପଦକ୍ଷେପ ।
ଭୁବନେଶ୍ୱର,୧୨/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠା ଜଳ ସେଚନ ପ୍ରକଳ୍ପ ( ଓଏଲ୍ଆଇସି) ଗୁଡ଼ିକର ଆଇଓଟି ଭିତ୍ତିକ ତଦାରଖ ବ୍ୟବସ୍ଥା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜଳ ସମ୍ପଦ ବିଭାଗ ତରଫରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ଓ ଜଳ ସୁପରିଚାଳନା ପାଇଁ ସେନ୍ସର ଭିତ୍ତିକ ଆଇଓଟି ଉପକରଣ ସ୍ଥାପନ କରିବାକୁ ପଦକ୍ଷେପ ନିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ୩୭,୦୦୦ ଉଠା ଜଳସେଚନ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯିବାକୁ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି ।
ଅନୁଷ୍ଠିତ ଏହି ବୈଠକରେ ଓଏଲ୍ଆଇସିର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଏବଂ ଓଏଲ୍ଆଇସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
-0-
ପଠାଣି ରାଉତ ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
