ଜୁନାଗଡ଼ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ।

ଜୁନାଗଡ଼,୩୦/୦୩/୨୦୨୫(ଓଡ଼ିଶା ସମାଚାର)- ଚଳିତ ୨୦୨୫-୨୬ ବର୍ଷ ପାଇଁ ଜୁନାଗଡ଼ ଓକିଲ ସଂଘ ର ନିର୍ବାଚନ ଅନୁଷ୍ଠିତ ହୋଇ ସଭାପତି ଭାବେ ବାଳକୃଷ୍ଣ ଅଚାରୀ, ଉପସଭାପତି ଦିଗାମ୍ବର ନାଏକ,ସମ୍ପାଦକ ହିମାଂଶୁ ଶେଖର ବରାଡ଼, ସହସମ୍ପାଦକ ଧନେଶ୍ୱର ନାଏକ ଓ ଜୟଦେବ ସୁନାନୀ, ସହ ସମ୍ପାଦକ (ଲାଇବ୍ରେରୀ) ଜୁଲିରାଣୀ ନାୟକ,

କୋଷାଧ୍ୟକ୍ଷ ମିଳାପଚନ୍ଦ ଜୈନ ଓ କାର୍ୟ୍ୟକାରୀ ସଦସ୍ୟ ଭାବେ ସୁରେଶ ଚନ୍ଦ୍ର ପଣ୍ଡା, ମଦନ ମୋହନ ସାହୁ, ଅଶୋକ କୁମାର ପାତ୍ର, ନୀଳକଣ୍ଠ ମିଶ୍ର, କୈଳାସ ଚନ୍ଦ୍ର ଚୌଧୁରୀ, ଦିପେନ କୁମାର ସାହୁ, ବିଶ୍ୱନାଥ କର ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ଶିଶିର କୁମାର ପଟ୍ଟନାୟକ ଜଣାଇଛନ୍ତି । ଆଗାମୀ ଦିନ ରେ ଜୁନାଗଡ଼ କୋର୍ଟ ବିଲଡିଂ ତିଆରି ନୂତନ କମିଟି ର ପ୍ରାଥମିକତା ହେବ ଓ ଓକିଲ ମାନଙ୍କ ସମସ୍ୟା ର ସମାଧାନ ହେବ ବୋଲି ନୂତନ ସଭାପତି ଓ ସମ୍ପାଦକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *