ସାତ ଅନ୍ତରାଜ୍ୟ ଡକାୟତ ଗିରଫ , ବିପୁଳ ଅଳଙ୍କାର ଓ ଟଙ୍କା ଜବତ

ସାଲେପୁର,୧୨/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା  ନେମାଳ ଥାନା ଅଞ୍ଚଳରେ ଏକାଧିକ ଚୋରି ଘଟଣା ଘଟିବା ପରେ ପୋଲିସ ସକ୍ରିୟ ହୋଇଥିଲା । ଫଳରେ  ସାତ ଜଣ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି । ଧରାପଡିଥିବା ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ ବାଇକ, ୮୨ ହଜାର ଟଙ୍କା.୫୦ ଗ୍ରାମ ସୁନା, ୯୦୦ ଗ୍ରାମ ରୁପା ଅଳଙ୍କାର,  ମୋବାଇଲ ଫୋନ ,ଏଲ.ଆଇସି ବଣ୍ଡ, ଜମି ପଟା ଆଦି ପୋଲିସ ଜବତ କରିଛି।

ଏମାନଙ୍କ ନାମରେ ପୂର୍ବରୁ ଆଳି, ପଟାମୁଣ୍ଡାଇ,କଟକ ସହରର ବିଭିନ୍ନ ଥାନା ସମେତ, ମାହାଙ୍ଗା , ନିଶ୍ଚିନ୍ତକୋଇଲି,  ସାଲେପୁର ଓ ଭଦ୍ରକ ଜଗତସିଂହପୁର, ଯାଜପୁର,  ଜିଲ୍ଲାର ବହୁ ଥାନାରେ ଏକାଧିକ ମାମଲା ରହିଥିବା  କଟକ ଗ୍ରାମାଞ୍ଚଳ ଏସପି ସାଲେପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନେ ଆଳି,ପଟାମୁଣ୍ଡାଇ ବାସିନ୍ଦା ।

ଦିନରେ କୋଚିଆ ଧରନ୍ତି ଏବଂ  ଗାଁ ଗାଁ ବୁଲି ଘର ଚିହ୍ନଟ କରନ୍ତି । ରାତିରେ ଚୋରି କରନ୍ତି ।ଏମାନଙ୍କର ମୁଖ୍ୟ ସର୍ଦାର ସାଜନ ଦାସ ବୋଲି ଜଣାପଡିଛି  । ଏମାନଙ୍କ ବୟସ ୨୧ ରୁ ୨୮ଭିତରେ  । ଏମାନଙ୍କ ମଧ୍ୟରୁ ରିସିଭର ପଦ୍ମବନ ସାହୁ ମଧ୍ୟ କୋଟ ଚାଲାଣ ହୋଇଛନ୍ତି । ଅନ୍ୟ ରିସିଭର ଫେରାର ଅଛନ୍ତି ଓ ପୋଲିସ ସେମାନଙ୍କୁ ଖୋଜୁଛି ।  ଖୁବ ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *