ଜୁନାଗଡ଼ର ବିଭିନ୍ନ ସ୍ଥାନରେ ଆୟୁସ୍ମାନ ଭାରତ ଯୋଜନାର ଶୁଭାରମ୍ଭ 

ଜୁନାଗଡ଼,୧୧/୦୪/୨୦୨୫ (ଓଡ଼ିଶା ସମାଚାର ରାକେଶ ବେମାଲ):ଆଜି ସମଗ୍ର ରାଜ୍ୟରେ ଆୟୁସ୍ମାନ ଭାରତ ଯୋଜନାର ଶୁଭାରମ୍ଭ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ଦ୍ଵାରା କଟକ ଠାରେ ଶୁଭାରମ୍ଭ ହୋଇଛି।ଏହି କ୍ରମରେ ଜୁନାଗଡ଼ ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଭାରମ୍ଭ ହୋଇଥିଲା।

କୁଲିହାରି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅତିଥି ଭାବେ ଜୁନାଗଡ଼ ବିଡ଼ିଓ ଦେବାଶିଷ କର, ଡା. ନାଏକ, ସ୍ଥାନୀୟ ସରପଞ୍ଚ ମଳୟ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସେହିପରି ହାବସପୁରରେ ଜୁନାଗଡ଼ ସିଡ଼ିପିଓ, ସ୍ଥାନୀୟ ସରପଞ୍ଚ ବିକାଶ ପଣ୍ଡା, ମନୋଜ ମେହେର, ଡ଼ା.ବିବେକାନନ୍ଦ ମହାନନ୍ଦ, ଶାମୁକା ରାଣୀ କୁମ୍ଭାର, ଦେବଦତ୍ତ ପଣ୍ଡା, ଅମରେଶ ମୁଣ୍ଡ, ଅଭିମନ୍ୟୁ ପଣ୍ଡା ପ୍ରମୁଖ ମଞ୍ଚାଶିନ ଥିଲେ।

ଚାରବାହାଲର ସଂପୃକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସତ୍ୟଭାମା ପଣ୍ଡା, ଡ଼ା.ଦୀନବନ୍ଧୁ ସାହାଣୀ,ସଷ୍ଠି ବେହେରା, ପିଇଓ ଵିନୋଦ ବିହାରୀ ସାହୁ, କୁନ୍ତଳା ରାଉତ, ପ୍ରଭାସିନୀ ବଗର୍ତ୍ତୀ, ବିଶ୍ବରଂଜନ ଦଳପତି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମହିଚଳା ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ବିଡିଓ, ପୂର୍ବତନ ସରପଞ୍ଚ ଅଜୟ ବେହେରା, ଭାଜପା ନେତା ସତ୍ୟ ରଞ୍ଜନ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା,ଭଗବାନ ପଣ୍ଡା, ବ୍ଲକ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଅଙ୍ଗନବାଡ଼ି, ଆଶା କର୍ମୀଙ୍କ,ସମେତ ଜନସାଧାରଣ ବହୁ ମାତ୍ରାରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *