ନିଶ୍ଚିନ୍ତକୋଇଲି, ୧୧/୦୪/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଫୋଗଳ ପଂଚାୟତ ର ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର ତାଙ୍କର ନିକଟତମ ପ୍ରାର୍ଥୀ ତଥା ମହମ୍ମଦପୁର ପଂଚାୟତ ସମିତି ସଭ୍ୟ ରଞ୍ଜନ କୁମାର ପାତ୍ର ଙ୍କ ଠାରୁ ୮ ଖଣ୍ଡ ଭୋଟ ଅଧିକ ପାଇ ଉପାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି।
ରଞ୍ଜନ କୁମାର ପାତ୍ର ୧୬ ଟି ଭୋଟ୍ ପାଇଥିବା ବେଳେ ନୃସିଂହ ଚରଣ ମିଶ୍ର ୨୪ ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି । ଉଲ୍ଲେଖନୀୟ ଯେ,ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଓଝା ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏଥିପାଇଁ ଉପ ନିର୍ବାଚନ ପାଇଁ ଏପ୍ରିଲ ୧୧ ତାରିଖ କୁ ଦିନ ଧାର୍ଯ୍ୟ ହୋଇଥିଲା ।
