ଦୁଇ ସନ୍ତାନର ଜନନୀଙ୍କ ଆତ୍ମହତ୍ୟା ନା ହତ୍ୟା  ?

                                                                  ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ମାଆ

ନିରାକାରପୁର, ୦୨/୦୫/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଲେଣ୍ଡୁ ପଞ୍ଚାୟତ ଗୋପିନାଥପୁର ବାରିକ ସାହିରେ ଗତକାଲି ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ଥାନାରେ ସ୍ବାମୀ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ମହିଳାଙ୍କ ମାଆ ଙ୍କ ତରଫରୁ ଏହା ଏକ ଯୌତୁକ ନିର୍ଯ୍ୟାତନା ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ପାଖରେ ଅଭିଯୋଗ ହୋଇଥିବା ପୋଲିସ ଠାରୁ ସୂଚନା ମିଳିଛି। ପ୍ରକାଶ ଥାଉ କି ୧୦ ବର୍ଷ ତଳେ ବାଲୁଗାଁ ସରଳ।ପଦର ଗ୍ରାମର ମାନୀ ବାରିକ ଲେଣ୍ଡୁ ପଞ୍ଚାୟତ ଗୋପିନାଥପୁର ବାରିକ ସାହି ରତ୍ନାକର ବାରିକଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି କନ୍ୟା ସନ୍ତାନ ଥିବାବେଳେ ଗୋଟିଏ ମାମୁଁ ଘରେ ଅନ୍ୟ ଜଣେ ରତ୍ନାକର ଙ୍କ ଘରେ ରହୁଛନ୍ତି। ଗତକାଲି ଭୋରୁ ମାନୀ ରସି ଲଗାଇ ଘରେ ଆତ୍ମହତ୍ୟା କରିଥିବା ସ୍ଵାମୀ ରତ୍ନାକର ଦେଖୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପରେ ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ କେସ ନଂ ୧୨୨/୨୪ ରେ ଏକ ମାମଲା ରୁଜୁ କରିଛି। ମାନୀ ଙ୍କ ମାଆ ସତ୍ୟଭାମା ଦେଇ ତାଙ୍କ ଝିଅକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ଏକ ଲିଖିତ ଅଭିଯୋଗ କରିଥିବାରୁ ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ିବ ବୋଲି ପୋଲିସ ଏସ ଆଇ ଦିପଲିସା  ଙ୍କ  ଠାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *