କଟକ ସଦର, ୧୦/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବହୁ ପ୍ରତିକ୍ଷିତ କେନ୍ଦ୍ରିୟ ଆୟୁଷ୍ମାନ ଭାରତ ଯୋଜନା ଆସନ୍ତା କାଲି ଶୁକ୍ରବାର ଦିନ ଓଡିଶାରେ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଓଡ଼ିଶା ର ସ୍ୱ।ସ୍ଥ୍ୟ କ୍ୟାପିଟାଲ କଟକରେ ତାହାର ଶୁଭାରମ୍ଭ କରାଯିବ ବୋଲି ପୂର୍ବରୁ ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପିର କେନ୍ଦ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଙ୍କ ଉପସ୍ଥିତିରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉକ୍ତ ଯୋଜନାର ଶୁଭାରମ୍ଭ କରି କାର୍ଡ ବଣ୍ଟନ କରିବେ ବୋଲି ଜଣାଯାଇଛି।
ଏହାର ସିଧା ପ୍ରସାରଣ ସହ ରାଜ୍ୟ ର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଏହି ଯୋଜନାର ଶୁଭାରମ୍ଭ କରାଯାଇ କାର୍ଡ ବଣ୍ଟନ କରାଯିବ ବୋଲି ସରକାରୀ ଭାବେ ଘୋଷଣା ହୋଇଥିବା ବେଳେ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ କେବଳ କଟକ ଜିଲ୍ଲା କୁ ଏଥିରୁ ବାଦ୍ ଦିଆଯାଇଛି। ସୂଚନା ଅନୁଯାୟୀ କଟକ ରେ ଯେହେତୁ ବଡ଼ କାର୍ଯ୍ୟକ୍ରମ ରହିଛି ସେଥିପାଇଁ ବିଧାୟକ ମାନେ ସେଠାରେ ରହିବାକୁ ଥିବାରୁ ସ୍ୱ।ସ୍ଥ୍ୟକେନ୍ଦ୍ର ମାନଙ୍କରେ ପରବର୍ତ୍ତୀ ସମୟରେ ଉକ୍ତ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି।