କଟକ ସଦର,୧୪/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନାରେ ଗତ ୩ ତାରିଖ ଦିନ ଯୋଗ ଦେଇଥିବା ପ୍ରଥମ ମହିଳା ଥାନା ଅଧିକାରିଣୀ ଅନୁସୟା ସେଠୀଙ୍କ ରହଣିର ମାତ୍ର ୧୦ ଦିନରେ ଭୁବନେଶ୍ୱରକୁ ବଦଳି ହୋଇଥିବା ଜଣାପଡିଛି। ମାତ୍ର ୧୦ ଦିନ ରହଣି ମଧ୍ୟରେ ଆଇଆଇସି ଅନୁସୟା ସେଠୀ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବାକୁ ଉଦ୍ୟମ ଆରମ୍ଭ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ। ତାଙ୍କ ସ୍ଥାନରେ ଚୌଦ୍ୱାର ଥାନା ଅତିରିକ୍ତ ଆଇଆଇସି ଭାବେ କାର୍ଯ୍ୟରତ ଥିବା ନିରଞ୍ଜନ ଭୋଇ ଯୋଗ ଦେବାକୁ ଆସୁଥିବା ବଦଳି ନିର୍ଦ୍ଦେଶନାମା ରୁ ଜଣାପଡିଛି।
କନ୍ଦରପୁର ଥାନାରେ ୧୦ ଦିନ ରହଣି ପରେ ବଦଳିଲେ ପ୍ରଥମ ମହିଳା ଆଇଆଇସି ଅନୁସୟା ସେଠୀ
