ଘରୋଇ ରନ୍ଧନ ଗ୍ୟାସ୍ ର ଦରବୃଦ୍ଧି ର ପ୍ରତିବାଦ

ବ୍ରହ୍ମପୁର,୧୦/୦୪/୨୦୨୫(ଓଡ଼ିଶା ସମାଚାର)- ଘରୋଇ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ସିିପିଏମ୍ ପକ୍ଷରୁ କମାପଲ୍ଲି ଛକ ଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି । ଏଥିରେ ପାର୍ଟି ପକ୍ଷରୁ ଗ୍ୟାସ୍ ସିଲିଣ୍ଡରରେ ୫୦ଟଙ୍କା ବୃଦ୍ଧି ସମ୍ପୂର୍ଣ୍ଣ ଭାବେ ଜନବିରୋଧୀ ଏବଂ ଲୋକଙ୍କ ଉପରେ ଏହା ପୁଣି ୭ହଜାର କୋଟି ଟଙ୍କାର ଟିକସ ବୋଝ ପଡିବ ।

ସେହିଭଳି ପେଟ୍ରୋଲ ଓ ଡିଜେଲ ଉପରେ ୨ପ୍ରତିଶତ ଅତିରିକ୍ତ ଏକ୍ସାଇଜ୍ ଡୁ୍ୟଟି ପୁଣିଥରେ ୩୨ହଜାର କୋଟିର ଟିକସ ଭାର ଦେଶବାସୀଙ୍କୁ ଦେବାକୁ ହେବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସାଂଘାତିକ ଭାବେ ହ୍ରାସ ପାଇଥିବା

ବେଳେ ଗ୍ୟାସ୍ ରେ ୫୦ଟଙ୍କା ଓ ପେଟ୍ରୋଲ ଡିଜେଲରେ ୨ପ୍ରତିଶତ ଅତିରିକ୍ତ ଅବକାରୀ ଶୁଳ୍କ କେବଳ ଲୋକଙ୍କ ପକେଟ୍ କାଟ ସଦୃଶ । ତେଣୁ ଏହାକୁ ଅତିଶୀଘ୍ର ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ନଚେତ ଏହା ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଗୋକୁଳ ତ୍ରିପାଠୀ, କେଶବ ଗୌଡ଼, ଚିଟି ବାବୁ, ରାଜା ରାଓ, ଗୋପାଳ ପାଣିଗ୍ରାହୀ, ରଞ୍ଜନ ପାତ୍ର, ମଧୁ ବେହେରା, ନୀଳ ମାଧବ ରଥ, ଲୋକନାଥ ଖୁଣ୍ଟିଆ ଓ ପୁରୁଷୋତମ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *