ବିଶ୍ଵ ହୋମିଓପ୍ୟାଥିକ୍ ଦିବସ ବରୀରେ ଅନୁଷ୍ଠିତ

ଯାଜପୁର, ୧୦/୦୪/୨୦୨୫ (ଓଡ଼ିଶା ସମାଚାର)-  ବରୀ ଆରଙ୍ଗାବାଦ୍ (ଚତର) ଠାରେ ବରୀ ଅଞ୍ଚଳର ଅଗ୍ରଣୀ ହୋମିଓ ପ୍ରତିଷ୍ଠାନ କମଳା ହୋମିଓ ସେବା ସଦନ ଏବଂ ଯୁଧିଷ୍ଠିର ତ୍ରିପାଠୀ ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟ ର ମିଳିତ ଆନୁକୁଲ୍ୟରେ ଟ୍ରଷ୍ଟ ର ସଭା ଗୃହ ରେ ହୋମିଓପ୍ୟାଥିକ ଚିକିତ୍ସା ବିଜ୍ଞାନ ର ଜନକ ଡାକ୍ତର ସି. ଫେଡ୍ରିକ୍ ସାମୁଏଲ୍ ହ୍ୟାନିମାନ ଙ୍କ ୨୭୧ ତମ ଜୟନ୍ତୀ ଏବଂ ବିଶ୍ଵ ହୋମିଓପ୍ୟାଥିକ୍ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷାବିତ୍ କୁଞ୍ଜ ବିହାରୀ ଦାଶ ପ୍ରଦ୍ଵୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ପ୍ରଥମେ ହ୍ୟାନିମାନ ଙ୍କ  ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସର୍ବଧର୍ମ ପ୍ରାର୍ଥନା ମାଧ୍ୟମରେ ସମାରୋହ ଆରମ୍ଭ ହୋଇଥିଲା।ଏହି ସମାରୋହ କାର୍ଯ୍ୟକ୍ରମ ଜ୍ୟୋତିର୍ବିଦ ସ୍ତମ୍ଭକାର ଡକ୍ଟର ଅମୂଲ୍ୟ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ବିଶ୍ଵ ହୋମିଓପ୍ୟାଥିକ ଦିବସ ଅବସରରେ  ସଞ୍ଜମୀ ଖାଦ୍ୟ ଓ ଆଦର୍ଶ ଦିନଚର୍ଯା କେଉଁ ଭଳି ଭାବରେ ଶାରୀରିକ ଓ ମାନସିକ ସୁସ୍ଥତା ଆଣିପାରେ ସେ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ଶିବିର ର ଆବାହକ ଯୁବ ସମାଜସେବୀ ଡ଼ଃ ବିଶ୍ଵନାଥ ତ୍ରିପାଠୀ ଅତିଥି ପରିଚୟ , ସ୍ବାଗତ ଭାଷଣ ଓ  ଚିକିତ୍ସା କ୍ଷେତ୍ରରେ ବିଶ୍ଵ ସମୁଦାୟ ପାଇଁ ହ୍ୟାନିମାନ ଙ୍କ  ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ।

ସୁଶ୍ରୀ ସ୍ୱୟଂ ସମ୍ପୂର୍ଣ୍ଣା ତ୍ରିପାଠୀ ହ୍ୟାନିମାନ ଙ୍କ ଜୀବନୀ ପାଠ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଅବସର ପ୍ରାପ୍ତ ସୈନିକ ସଂଘ  ର ସଭାପତି ଗୟାଧର ଦାସ, ସମାଜସେବୀ ଭୂପତୀ ମଲ୍ଲିକ, ଟ୍ରଷ୍ଟ ର ଅଧ୍ୟକ୍ଷା ଚଞ୍ଚଳା ତ୍ରିପାଠୀ,ରାଜାତୋଟା କମ୍ପ୍ୟୁଟର ଏକାଡ଼େମୀ ର ଅଧକ୍ଷ ସଞ୍ଜୟ କୁମାର ପାଢ଼ୀ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ହୋମିଓ ଭେଷଜ ସହାୟକ କାହ୍ନୁଚରଣ ନାୟକ,ପ୍ରତିଭା ତ୍ରିପାଠୀ, ପ୍ରଦୀପ ମହାରଣା,ଚିତ୍ତରଞ୍ଜନ ପାଢ଼ୀ, କ୍ଷୀରୋଦ ନାଥ ପ୍ରଭୃତି ଯୋଗଦେଇଥିଲେ। ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ହରପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *