ଓଡ଼ିଆ ପକ୍ଷ ପାଳନର ନବମ ଦିବସରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ।

ଯାଜପୁର,୦୯/୦୪/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଆ ପକ୍ଷ-୨୦୨୫ ପାଳନର ନବମ ଦିବସ ଉପଲକ୍ଷେ ଆଜି ଯାଜପୁର ଜିଲ୍ଲାରେ “ଆସ ବହିଟିଏ କିଣିବା” ଅଭିଯାନ ଦିବସ ଜିଲ୍ଲା ପ୍ରଶାସନ ଆନୁକୁଲ୍ଯରେ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁରଠାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଦିନଟି ନିଜେ ବହିଟିଏ କିଣିବା ସହ ଅନ୍ୟ ମାନଙ୍କୁ ବହିକିଣିବା ପାଇଁ ସଚେତନ କରି ଓଡିଆ ପକ୍ଷ ଅଭିଯାନ କୁ ସଫଳ କରିବା ପାଇଁ  ଉର୍ଦ୍ଧିଷ୍ଟ ଥିଲା। “ଆସ ବହିଟିଏ କିଣିବା ଅଭିଯାନ” ରେ ଆଜି ଛାତ୍ର ଛାତ୍ରୀମାନଙ୍କୁ ବହିଟିଏ କିଣିବା  ଉପରେ ସଚେତନ କରାଯାଇଥିଲା।

 ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ଆୟୁକ୍ତ, ଭୁଲେଖ ଓ ବନ୍ଦୋବସ୍ତ, କଟକ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ସଚେତନ କରିଥିଲେ।

Leave a Reply

Your email address will not be published. Required fields are marked *