ନିର୍ବାଚନ ପରିପ୍ରେକ୍ଷୀରେ କିଶନନଗର ତହସିଲଦାରଙ୍କ ଵଦଳି 

କଟକ ସଦର , ୨୩/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କାର୍ଯ୍ୟଭାର ଗ୍ରହଣ କରିବାର ମାତ୍ର ଦେଢବର୍ଷ ମଧ୍ୟରେ ବିବାଦୀୟ ହୋଇପଡିଥିଵା କିଶନନଗର ତହସିଲଦାର ମଧୁସୂଦନ ନାୟକଙ୍କର ନିର୍ବାଚନ ସମୟରେ ସୁଦୂର ମୟୁରଭଞ୍ଜ ଜିଲ୍ଲା ବାରିପଦା ଡ଼ାକ୍ତରଖାନାକୁ ପ୍ରଶାସନୀକ ଅଧିକାରୀ ଭାବେ ବଦଳି ହୋଇଥିବା ଜଣାପଡିଛି। ଏଠାରେ ଥିବା ସମୟରେ ବାଲି ମାଫିଆ, ମାଟି ମାଫିଆ, ଇଟାଭାଟି ମାଫିଆ, ସରକାରୀ ଜମି ଜବର ଦଖଲ ମାଫିଆ ମାନେ ସକ୍ରିୟ ଥିବା ଅଭିଯୋଗ ହୋଇ ଆସୁଥିଲା। ଏପରି କି ନିର୍ବାଚନ ସମୟରେ କ୍ଷମତା ର ଅପବ୍ୟବହାର କରୁଥିବା ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ଵଦଳି କରାଯାଇଥିବା ଜଣାପଡିଛି। ଏହା ଜଣାପଡିବା ପରେ ଜନସାଧାରଣଙ୍କ ସହିତ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *