ଖୋର୍ଦ୍ଧା ୦୮/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ୍ନରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳରେ ଜିଲାସଂସ୍କୃତି ବିଭାଗ ପକ୍ଷରୁ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ ପାଳନର ଆଜି ଅଷ୍ଟମ ଦିବସରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।
ମହାବିଦ୍ୟାଳୟ ଅଧ୍ୟାକ୍ଷା ବିଦୁଶ୍ରୀ ମିଶ୍ର ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଶୁଭେନ୍ଦୁ କୁମାର ମହାନ୍ତି, ପ୍ରାଧ୍ୟାପକ ପ୍ରିୟବ୍ରତ ମହାନ୍ତି, ପ୍ରାଧ୍ୟାପକ ପୁର୍ଣ ଚନ୍ଦ୍ର ବୈଶାଖ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଖୋର୍ଦ୍ଧା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସୌରଭ ସୁନ୍ଦର ରାୟ, ଅରୁଣ କୁମାର ସାହୁ, ଶ୍ରୀକାନ୍ତ କୁମାର ସାମାନ୍ତାସିଂହାର, ଝୁନୁଲତା ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ ଉପସ୍ଥିତ ରହି ରକ୍ତଦାନରେ ସହଯୋଗ ପ୍ରଦାନ କରିଥିଲେ ।
ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ସ୍ଵେଛାସେବୀ ମାନେ ରକ୍ତଦାନ କରିଥିଲେ । ପ୍ରାଧ୍ୟାପକ ଗଦାଧର ସାହୁ, ଅଧ୍ୟାପକ ସୁବୋଧ କୁମାର ଜଗଦେବ, ଅଧ୍ୟାପିକା ଅଲିଭା ବେହୁରା ଶିବିର ପରିଚାଳନା କରିଥିଲେ । ରକ୍ତଦାନ ଶିବିରଟି ସକାଳ ୯ ଘଟିକାରୁ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ମଧ୍ୟ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ସମ୍ମିଳନୀ କକ୍ଷରେ ଏକ ରକ୍ତ ଦାନ ଶିବିର ଜିଲ୍ଲାପାଳଙ୍କ ନିର୍ଦେଶ ମତେ ଅନୁଷ୍ଠିତ ହୋଇଥିଲା ।
