ଭୁବନ ୧୬/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଓଡ଼ିଶା ବିଜ୍ଞାନ ମଣ୍ଡଳ ଆନୁକୁଲ୍ୟରେ ଜାତୀୟ ଇଂଜିନିୟର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଢ଼େଙ୍କାନାଳ ଶାଖା ସମ୍ପାଦକ ଶୁଭମ ବେହେରା ପରିଚାଳନା କରିଥିଲେ। ଭାରତ ରତ୍ନ ଏମ.ବିସେଶ୍ୱରୟ ଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଶ୍ରୀଯୁକ୍ତ ଶ୍ରୀଧର ପୃଷ୍ଟି, ଇଂଜିନିୟର ବାରିଜ୍ ଷଣ୍ଢ, ଦିଲ୍ଲୀପ ଦାସ, ମମତା ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଇଞ୍ଜିନିୟରସ ଦିବସ ସମ୍ବନ୍ଧରେ ଆଲୋଚନା କରିଥିଲେ। ସଙ୍ଗୀତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ଜାତୀୟ ଇଂଜିନିୟର ଦିବସ ପାଳିତ
