ଲିଙ୍ଗରାଜ ମହୋତ୍ସବ ତୃତୀୟ ସନ୍ଧ୍ୟା

ନୃତ୍ୟରେ ବିମୋହିତ କଲେ କଳାକାର
ଭୁବନେଶ୍ୱର,୦୭/୦୪/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ନୃତ୍ୟରେ ବିମୋହିତ କରିଥିଲେ ବିଭିନ୍ନ କଳାକାରମାନେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟକୁ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ । ପ୍ରଥମେ ଗୁରୁ ମନୋରଞ୍ଜନ ପ୍ରଧାନ ଓ ତାଙ୍କ ଦଳ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

ପରେ ଇଷ୍ଟର୍ଣ୍ଣଜୋନ କଲଚରାଲ ସେଂଟର ପକ୍ଷରୁ ବିହାରର ସାକର କଳାକୀର୍ତି ପକ୍ଷରୁ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ପରେ ପରେ ବଲାଙ୍ଗୀରର ଶଙ୍କର ବେହେରା ଓ ଦଳ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । କୋଲକତାରୁ ଆସିଥିବା ଝିନୋକ ମୁଖାର୍ଜୀ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା କି୍ରଏଟିଭ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ପରେ ଛତିଶଗଡ଼ରୁ ଆସିଥିବା କଳାକାରଙ୍କ ଦ୍ୱାରା ଝୁମର ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା ।

କାର୍ଯ୍ୟକ୍ରମକୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଧେଶନାରେ ବାସୁଦେବ ରଥ ସଂଯୋଜନା କରିଥିଲେ । ଏଥିରେ କେନ୍ଦ୍ର ସରକାରଙ୍କ ପୂର୍ବତନ ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ସଚିବ ସୁରେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ନୁ୍ୟଜ୍-୭ର ବାଙ୍ଗାଲୋର ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ ଏବଂ ଆକାଶବାଣୀ ଓ ଦୂରଦର୍ଶନର ପୂର୍ବତନ ଉପ ନିର୍ଦ୍ଧେଶକ ସୁଧାଂଶୁ ଶେଖର ଧଡା, ଉପଦେଷ୍ଟା ଶିବାନନ୍ଦ ରାୟ ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ ।

ଅନୁଷ୍ଠାନର ସାଧାରଣ ସମ୍ପାଦକ ସତନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଧେଶନାରେ ବାସୁଦେବ ରଥ ସଂଯୋଜନା କରିଥିଲେ । ଏଥିରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ମ୍ୟାନେଜର ବିଶ୍ୱନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିମାନେ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *