କଟକ ସଦର ବ୍ଲକ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ଦାବି କଲା ‘ କଟକ ସଦର ଵିଚାର ମଞ୍ଚ’

କଟକ ସଦର , ୩/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ-ଚୈ।ଦ୍ୱ।ର ନିର୍ବାଚନ ମଣ୍ଡଳୀ ତଥା କଟକ ମହାନଗର ନିଗମ (ସିଏମସି) ଇଲାକାର କଟକ ସହରାଞ୍ଚଳ ର ନୁଆଵଜାର ଠାରେ ଥିବା କଟକ ସଦର ବ୍ଲକ୍ କାର୍ଯ୍ୟାଳୟକୁ ଗ୍ରାମାଞ୍ଚଳକୁ ସ୍ଥାନାନ୍ତର କରିବାକୁ ‘କଟକ ସଦର ଵିଚାର ମଞ୍ଚ’ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏଥିସହିତ ଦାବି ପତ୍ର ମୂଖ୍ୟମନ୍ତ୍ରୀ ଙ୍କ ନିକଟକୁ ଇ-ମେଲ ଓ ରେଜିଷ୍ଟ୍ରି ଡାକ ଯୋଗେ ପ୍ରେରଣ କରାଯାଇଛି ବୋଲି ମଞ୍ଚର ସଭାପତି ବିଷ୍ଣୁ ଚରଣ ବେହେରା ସୂଚନା ଦେଇଛନ୍ତି। ପ୍ରକାଶ ଯେ କଟକ ସଦର ନିର୍ବାଚନ ମଣ୍ଡଳୀ ବାହାରେ ସହରାଞ୍ଚଳରେ ବ୍ଲକ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବାରୁ ଗ୍ରାମାଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ଆବଶ୍ୟକତା ଦୃଷ୍ଟିରୁ ବ୍ଲକ କାର୍ଯ୍ୟାଳୟକୁ ଗ୍ରାମାଞ୍ଚଳର ପ୍ରମୁଖ ସ୍ଥାନ କିଶନନଗର କୁ ସ୍ଥାନାନ୍ତର କରାଯାଉ ବୋଲି ଦାବି ହୋଇଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଵିଚାର ମଞ୍ଚ ର କାର୍ଯ୍ୟକର୍ତ୍ତା ମାନେ ଯଥାଶୀଘ୍ର ମୂଖ୍ୟମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *