କଟକ, ୩୧/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଓଡ଼ିଶା ରାଜ୍ୟ ଅଣ ଗେଜେଟେ଼ଡ୍ ବୈଷୟିକ କର୍ମଚାରୀ ସଂଘର ପୂର୍ବତନ ସଭାପତି ଉପେନ୍ଦ୍ର ନାଥ ରଣାଙ୍କ ସଭାପତିତ୍ବରେ ପ୍ରାଣୀ ସମ୍ପଦ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କଟକ ସ୍ଥିତ ସଂଘର ସ୍ଥାୟୀ ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ନୁଅବଜାର ଜିଲ୍ଲା ହସ୍ପିଟାଲ୍ ଉପ ନିର୍ଦ୍ଦେଶକ ଡାକ୍ତର ଦେବଦତ୍ତ ପାଢ଼ୀ ଯୋଗଦେଇଥିଲେ ।
ସରକାରୀ ଚାକିରୀରୁ ଅବସର ନେଇଥିବା ବରିଷ୍ଠ ଅଧିକାରୀ ଆଶୁତୋଷ ଜ୍ୟେଷ୍ଠୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦାନ କରାଯାଇଥିଲା । ସଂଘର ୩ ଜଣ ବରିଷ୍ଠ କର୍ମଚାରୀ ନାରାୟଣ ପଣ୍ଡା, ଶ୍ୟାମ ବନ୍ଧୁ ରଣା ଓ ନାରାୟଣ ମୁଦୁଲି ଙ୍କୁ ମଧ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ରାଉତ ଯୋଗଦେଇ ଜୀବନ କାଳରେ ଭଲ କାମ କରିଥିବା ସରକାରୀ କର୍ମଚାରୀ ମାନେ ନିଜର ଉତ୍ସର୍ଗୀକୃତ ସେବା ଓ କର୍ତ୍ତବ୍ୟ ନିଷ୍ଠା ପାଇଁ ସବୁଠି ଆଦର ପାଉଥିବେ ବୋଲି କହିଥିଲେ ।
ପରସ୍ପର ଭିତରେ ସୁ ସମ୍ପର୍କ ଓ ଭାଇଚାରା ସୃଷ୍ଟି କରିବାରେ ଆମ ବିଭାଗର କର୍ମଚାରୀ ମାନେ ବେଶ ଆଗୁଆ ବୋଲି ଡାକ୍ତର ପାଢ଼ୀ କହିଥିଲେ । ବିଶିଷ୍ଟ ଅତିଥି ଭାବେ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ ଯୋଗଦେଇ ଏଭଳି ସଂବର୍ଦ୍ଧନା ଓ ସମ୍ମାନ ଆଗାମୀ ପିଢୀ କୁ ଉତ୍ସାହିତ କରିପାରିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ନିର୍ଦ୍ଦେଶାଳୟର ବରିଷ୍ଟ ଅଧିକାରୀ ସଞ୍ଜୟ କୁମାର ପ୍ରଧାନ,ବିଚିତ୍ର ନନ୍ଦ ପରିଡ଼ା, ପବିତ୍ର ମୋହନ ପତି, ଦୀପକ କୁମାର ଦାସ, ଲଲାଟେନ୍ଦୁ ଦଳାଇ, ପ୍ରିୟମ୍ବଦା ଲେଙ୍କା , ମାମାଲି ଜେନା, ଦୀପ୍ତି ବେହେରା, ନଳିନୀ ଖମାରୀ, ମଞ୍ଜୁଲତା କୁଆଁର, ସୁନୀତା ପାଣି, ଏବଂ ଗୌରୀ ବିଶ୍ଵାଳ ପ୍ରମୁଖ ଯୋଗଦେଇ ଥିଲେ ।
ସଂଘର ଜିଲ୍ଲା ସଭାପତି ରୁଦ୍ର କୁମାର ସାହୁ ଅତିଥି ପରିଚୟ ଦେଇଥିବା ବେଳେ,ଜିଲ୍ଲା ସମ୍ପାଦକ ସତ୍ୟବ୍ରତ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲାର ବରିଷ୍ଠ ସଭ୍ୟ ବିଜୟ କୁମାର ମଲ୍ଲିକ,ରଞ୍ଜନ କୁମାର ସେଠି, ଅଜିତ୍ କୁମାର ପାଲ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ସଂଘର ଶତାଧିକ କର୍ମଚାରୀ ଯୋଗଦେଇଥିଲେ।