କଟକ ସଦର, ୦୭/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମହିଳା ମାନଙ୍କୁ ଚାଷ କ୍ଷେତ୍ରରେ ସ୍ୱ।ଵଲମ୍ଵୀ କରିବା ପାଇଁ କଟକ ସଦର ଵ୍ଲକର ୮ ଗୋଟି ପଞ୍ଚାୟତର ମହିଳା ମାନଙ୍କୁ ନେଇ ପ୍ରହରାଜପୁର ଠାରେ ଗଠନ ହୋଇଥିବା ନବଗ୍ରହ ଫାର୍ମ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ପକ୍ଷରୁ ଆଜି ସୋମବାର ଅପରାହ୍ନରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଗଡମା ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ନବଗ୍ରହ କମ୍ପାନୀର ମୂଖ୍ୟ କାର୍ଯ୍ୟନିର୍ବାହୀ ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,ଓରମାସ୍ କଟକ ର ଯୁଗ୍ମ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ରାଉତ,ସଦର ବ୍ଲକ ଉଦ୍ୟାନ କୃଷି ସହକାରୀ ଅଧିକାରୀ ଦେଵୀ ପ୍ରସାଦ ରାଉତ, ସହକାରୀ କୃଷି ଅଧିକାରିଣୀ ମୋନାଲିସା ଜେନା, ବର୍ଷା ରାଣୀ ସ୍ୱ।ଇଂ ପ୍ରମୁଖ ଯୋଗ ଦେଇ ଫାର୍ମ ପ୍ରଡ୍ୟୁସର ମହିଳା ମାନଙ୍କୁ ସ୍ୱ।ଵଲମ୍ଵୀ କରିବା ଉପରେ ଆଲୋକପାତ କରିଥିଲେ। ପରିଚାଳନା ରେ ପ୍ରଶାନ୍ତ ଦାସ ଙ୍କ ସମେତ ମହିଳା ଚାଷୀ ମାନେ ସହାୟତା କରିଥିଲେ।
