କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

ନିରାକାରପୁର, ୬/୭/୨୦୨୪ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା  ମଳିପଡ଼ାସ୍ଥ କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଓ ରେଡକ୍ରସର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ଯୋଗଦେଇ ଚାରା ରୋପଣର ଉପକାରିତା ସମ୍ବନ୍ଧରେ ବୁଝାଇଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ପଦଯାତ୍ରା କରି ବୃକ୍ଷ ରୋପଣ ମାଧ୍ୟମରେ ପରିବେଶ ବଞ୍ଚାଇବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିଥିଲେ । ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ୧୨୦ ଟି ଚାରା ରୋପଣ କରିଥିଲେ । ରେଡକ୍ରସ ଅଧିକାରୀ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରାଣେଶ୍ୱର ଜୟସିଂହ ‘ବୃକ୍ଷ ହିଁ ଜୀବନ ‘ର ବାର୍ତ୍ତା ପ୍ରଦାନ କରି ସମସ୍ତେ ଅତି କମରେ ଗୋଟିଏ ଗଛ ଲଗାଇବାକୁ ପ୍ରେରଣା ଦେଇଥିଲେ । ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ଶ୍ରୀମତୀ ପ୍ରିୟଙ୍କା ସ୍ୱାଇଁ ‘ମା ପାଇଁ ଗଛଟିଏ ‘ର ବାର୍ତ୍ତା ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ । କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଚାରା ରୋପଣରେ ସହଯୋଗ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ କିଶୋର କୁମାର ସାହୁ, ଶ୍ରୀଯୁକ୍ତ ଅଶୋକ କୁମାର ମଲ୍ଲିକ,ଶ୍ରୀଯୁକ୍ତ ନରୋତ୍ତମ ସାହୁ, ଶ୍ରୀଯୁକ୍ତ ଜଗତଜ୍ୟୋତି ମିଶ୍ର ଓ ଅଧ୍ୟାପିକା ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ଏହି ମହାନ କାର୍ୟ୍ୟରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *