ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ

ଗରଦପୁର,୦୨/୧୨/୨୦୨୩ (ଓଡ଼ିଶା ସମାଚାର)-ବିଶ୍ୱ ଏଡ଼ସ୍ ଦିବସ ଅବକାଶରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେୂ ପ୍ରତିଷ୍ଠିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ୍ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା । ଉକ୍ତ କର୍ମଶାଳାକୁ ବିଜୟ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ୟୁଥ୍ ରେଡ଼କ୍ରସ ର ଚେୟାରମ୍ୟାନ୍ ତ୍ରିଲୋଚନ ସ୍ୱାଇଁ ଆନୁଷ୍ଠାନିକ ଭାବେ ସୁପରିଚାଳନା କରିଥିଲେ । ଚାଟାର୍ଡ଼ ଆକାଉଂଟାଂଟ ଅଜୟ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଚଆଇଭି , ଏଡ଼ସ୍ ର କାରଣ ଓ ଲକ୍ଷଣ ସମ୍ବନ୍ଧରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ସମ୍ମାନୀତ ଅତିଥି ଭାବେ ତାଙ୍କ ଅନୁଷ୍ଠାନର ସଚିଦାନନ୍ଦ ଦାସ ଏଡ଼ସ୍ ରୋଗର ଭୟାବହତା ସମ୍ପର୍କରେ ପିଲା ମାନଙ୍କୁ ଧାରଣା ପ୍ରଦାନ କରି ବର୍ତମାନ ପରିସ୍ଥିତିରେ ଉକ୍ତ ରୋଗରୁ ନିଜକୁ ବଂଚାଇ ରଖିବାର ଉପଦେଶ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ସୋସାଇଟି ର ଅନ୍ୟତମ ଶାଖା ରେଡ଼୍ ରିବନ୍ କୁ ସଦସ୍ୟ ଭାବେ ଉଭୟ ୧ମ ଓ ୨ୟ ବାର୍ଷିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କ୍ଷ୍ୟୁଦ୍ର ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀମାନେ ନିଜସ୍ମ ଚିନ୍ତନରେ ଏଡ଼ସ୍ ସମ୍ବନ୍ଧିତ ବକ୍ତୃତା ପ୍ରଦାନ କରିଥିଲେ । ୟୁଥ୍ ରେଡ଼କ୍ରସ ୟୁନିଟ ର କାଉନସେଲର ବିଶ୍ୱଜିତ ମହାନ୍ତି ବିବାଣୀ ପାଠ କରିବା ସହ ବିଦ୍ୟାଳୟର କାର୍ଯ୍ୟରତ ସ୍ୱେଛାସେବୀ ସଂଗଠନର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *