ଆସନ୍ତାକାଲି ପ୍ରତିଷ୍ଠା ଦିବସ ପାଳିବ କଟକ ସଦର ବିଜେପି, ବ୍ୟାପକ ପ୍ରସ୍ତୁତି 

କଟକ ସଦର,୦୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶ୍ୱର ସର୍ବ ବୃହତମ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିଵସ ଆଜି (ରବିବାର) ରାମନବମୀରେ ପଡ଼ିଥିବାରୁ ଏହାକୁ କଟକ ସଦର ବିଜେପି ଆସନ୍ତା କାଲି ସୋମବାର ଦିନ ପାଳନ କରିବ ବୋଲି ଜଣାପଡିଛି।

କିଶନ ନଗର ବିଜେପି ମଣ୍ଡଳ ଅନ୍ତର୍ଗତ ଗିରିଧାରୀ ମଠ ପରିସରରେ ସୋମବାର ପୂର୍ବାହ୍ନରେ କିଶନନଗର, କନ୍ଦରପୁର, ନେମାଳ ଓ ସୁଦାମଵତୀ ମଣ୍ଡଳର କାର୍ଯ୍ୟକର୍ତ୍ତା ଓ କର୍ମୀ ଙ୍କୁ ନେଇ ପ୍ରତିଷ୍ଠା ଦିଵସ ପାଳନ କରାଯିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *