ଚକ୍ରୋଡା ଗ୍ରାମପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

କେନ୍ଦ୍ରାପଡ଼ା,୨୧/୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର କଚେରୀଡିହସ୍ଥିତ ବଟେଶ୍ୱର ମହାଦେବଙ୍କ ମନ୍ଦିର ସନ୍ନିକଟରେ ଏକ ନିର୍ବାଚନୀ ବୈଠକ ବରିଷ୍ଠ ବିଜେଡି ନେତା ପ୍ରଦୀପ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ୬ନମ୍ବର ଜୋନର ଜିଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ବରିଷ୍ଠ ନେତା ଶିବ ପ୍ରସାଦ ବିଶ୍ୱାଳ, ପୂର୍ବତନ ସରପଂଚ ବସନ୍ତ କୁମାର ରାଉତ, ଉତମ ଚରଣ ମଲିକ, ରାମଚନ୍ଦ୍ର ରାଉତ, ସରପଂଚଙ୍କ ପ୍ରତିନିଧି ନିରଞ୍ଜନ ନାୟକ, ସମିତିସଭ୍ୟଙ୍କ ପ୍ରତିନିଧି ରମାକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ବିଜେଡି ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଜୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଉପସ୍ଥିତ ବିଜୁଜନତାଦଳର କର୍ମୀମାନଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ପୁରୁଣା ଓ ନୂଆ ବିଜେଡି କର୍ମୀମାନଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନଟବର ଦାସ, ଅଖିଳ ଚରଣ ସାହୁ, କାର୍ତିକ ଚରଣ ଦାଶ, ଦୋଳଗୋବିନ୍ଦ ଦାସ, ପ୍ରଫୁଲ୍ଲ ମହାନ୍ତି, ଦିଲ୍ଲିପ କୁମାର ମହାନ୍ତି, ଅନନ୍ତ ଚରଣ ଜେନା, ଦୋଳଗୋବିନ୍ଦ ସାମଲ, ଜ୍ଞାନରଞ୍ଜନ ଲେଙ୍କା, ବାପିନା ମଲିକ, ଅଭିମନୁ୍ୟ ବେହେରା, କୈଳାସ ମହାନ୍ତି, ନବକିଶୋର ରାଉତ, ସୈାମିତ୍ରି ମଲ୍ଲ ପ୍ରମୁଖ ତିନି ଶହରୁ ଅଧିକ ଦଳୀୟ କର୍ମୀ ଯୋଗଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା ଓ ସଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *