ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସମ୍ପାଦକ ହେଲେ ସୟଦ ସାହାନୱାଜ୍

କେନ୍ଦ୍ରାପଡ଼ା,୧୬/୦୭/୨୦୨୫(ଓଡ଼ିଶା ସମାଚାର)-ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ଅନୁମୋଦନ କ୍ରମେ ପ୍ରଦେଶ ଛାତ୍ର କଂଗ୍ରେସର ସମ୍ପାଦକ ଭାବେ କେନ୍ଦ୍ରାପଡାର ପୁଅ ସୟଦ ମହମ୍ମଦ ସାହାନୱାଜଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସୟଦ ସାହାନୱାଜ ହେଉଛନ୍ତି କେନ୍ଦ୍ରାପଡା ସହରର ଫକିରାବାଦସ୍ଥିତ କଂଗ୍ରେସର ବରିଷ୍ଠ ସଂଖ୍ୟାଲଘୁ ନେତା ତଥା ପୂର୍ବତନ ଜିଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ତଥା ଅଧୁନା ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ସୟଦ ଅବଦୁଲ ସତାରଙ୍କ କନିଷ୍ଠ ପୁତ୍ର ।

ଏହି ନିଯୁକ୍ତି ପାଇଁ ସୟଦ ସାହାନୱାଜ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ସଭାପତି ବରୁଣ ଚୈାଧୁରୀ, ପିସିସି ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଯୁବ କଂଗ୍ରେସର ସମ୍ରାଟ ଜେନା ଓ ପିସିସି ସଦସ୍ୟ ସଞ୍ଜୟ ରାଉତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *