ପ୍ରହରାଜପୁର ହାଟ ଖୋଲିବା କୁ ବାଟ ଫିଟିଲା, ଜବରଦଖଲକାରୀ ସ୍ୱତଃ ଅପସରି ଗଲେ 

କଟକ ସଦର, ୦୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ଠାରେ ଚାଲିଥିବା ପୁରାତନ ହାଟ ମହାବାତ୍ୟା ରେ କ୍ଷତିଗ୍ରସ୍ତ ହେବା ପରେ କାଳକ୍ରମେ ତାହା ବନ୍ଦ ହୋଇଯାଇଥିଲା। ଏହି ସୁଯୋଗରେ ଖାତା ନଂ ୧୨୪୯,ପ୍ଲଟ୍ ନଂ ୧୩୮୫ କିସମ ହାଟ ପଡିଆ ଜବରଦଖଲ ହୋଇଯାଇଥିଲା।ଏଵେ ଆବଶ୍ୟକତା ଦୃଷ୍ଟିରୁ ଚାରି ଗୋଟି ପଞ୍ଚାୟତର ଚାଷୀ ମାନେ ହାଟ ଖୋଲିବାକୁ ଆଗ୍ରହ ପ୍ରକାଶ କରି ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ।

ଏଥିପାଇଁ ଉକ୍ତ ସ୍ଥାନକୁ ନିର୍ଧାରିତ ସମୟ ସୀମା ମଧ୍ୟରେ ଜବରଦଖଲ ମୁକ୍ତ କରିବାକୁ କିଶନନଗର ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି ଜବରଦଖଲକାରୀ ଙ୍କୁ ନୋଟିସ ଜାରି କରିଥିଲେ। ଅତିରିକ୍ତ ତହସିଲଦାର ଙ୍କ ଆଦେଶନାମା କୁ ସମ୍ମାନ ଜଣାଇ ଏଵଂ ଅଞ୍ଚଳର ଏଵଂ ଚାଷୀ ମାନଙ୍କ ସ୍ୱ।ର୍ଥ କୁ ଦୃଷ୍ଟିରେ ଜବରଦଖଲକାରୀ ମାନେ ସ୍ୱତଃ ଅପସରି ଯାଇଥିବା ଜଣାପଡିଛି।

ଏହାପରେ ପଞ୍ଚାୟତ ପକ୍ଷରୁ ସରପଂଚ ଅବଦୁଲ ୱ।ହିଦ ଖାଁ ଓ ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ ଆଜି ରବିବାର ଦିନ ଉକ୍ତ ହାଟ ସ୍ଥାନକୁ ସମତୁଲ କରିଥିବା ଜଣାଯାଇଛି। ଏହି ଏପ୍ରିଲ୍ ମାସରେ ହାଟ ପୁନରୁଦ୍ଧାର ହୋଇ ଉଦଘାଟନ କରାଯିବ ବୋଲି ସରପଂଚ କହିଛନ୍ତି। ସୂଚନାଯୋଗ୍ୟ ଯେ ହାଟ ପୁନରୁଦ୍ଧାର ସମ୍ପର୍କରେ ‘ ଓଡ଼ିଶା ସମାଚାର ‘ ରେ ବିସ୍ତ୍ରୁତ ଖଵର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଵା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *