କଟକ ସଦର,୦୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତା ବିଷ୍ଣୁପ୍ରିୟା ରାଉତ ଙ୍କ ଶ୍ରାଦ୍ଧ ଦିବସ ଏପ୍ରିଲ୍ ୧୭ ତାରିଖ ରେ ତାଙ୍କ ନାମରେ ପ୍ରତିଷ୍ଠିତ ‘ଵିଷ୍ଣୁପ୍ରିୟା ସେବା ସମିତି’ ପକ୍ଷରୁ ଏକ ମେଗା ସ୍ୱ।ସ୍ଥ୍ୟ ଶିବିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ଆଜି (ରବିବାର ଦିନ) ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।
ଉକ୍ତ ଶିବିରରେ ବିଭିନ୍ନ ବିଭାଗର ସ୍ୱ।ସ୍ଥ୍ୟ ବିଶେଷଜ୍ଞ ମାନେ ଯୋଗଦେଇ ଲୋକମାନଙ୍କର ସ୍ୱ।ସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିବା ସହିତ ଆବଶ୍ୟକ ଚିକିତ୍ସା ସୁବିଧା ମାଗଣାରେ ଯୋଗାଇଦେବେ ବୋଲି ସେବା ସମିତି ପକ୍ଷରୁ କୁହାଯାଇଛି।
କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସମିତିର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଫୁଲ୍ଲ ସିଂହ, ହୃଷିକେଶ ଜେନା, ପରମହଂସ ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ନିର୍ମଳ ଦାସ, ଆୟତପୁର ସରପଂଚ ରାକେଶ ବେହେରା,ନିମେଇଶାପୁର ସରପଂଚ ଙ୍କ ପ୍ରତିନିଧି ଉମାକାନ୍ତ ରାଉତ, ପୂର୍ବତନ ସରପଂଚ ତ୍ରିଲୋଚନ ସ୍ବାଇଁ, ସୂଦର୍ଶନ ଜେନା, ଜିତୁ ଦାସ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ସ୍ୱ।ସ୍ଥ୍ୟ ଶିବିର ର ସଫଳତା ଉପରେ ବିଶଦ ଆଲୋଚନା କରିଥିଲେ।