ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଆହତ

ଅନୁଗୋଳ,୦୬/୦୪/୨୦୨୫ (ଓଡ଼ିଶା ସମାଚାର)- ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ଶନିବାର ବିଳମ୍ବତ ରାତିରେ ଏନକାଉଣ୍ଟର ହୋଇଛି। ଏହିଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଆହତ ହୋଇଛି । ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁଯାୟୀ, ରାତିରେ ଛେଣ୍ଡିପଦା ପୋଲିସ କ୍ଷୀରୋଦଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଟାଉନ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡର ସହାୟତା ଲୋଡ଼ିଥିଲା।

ପୋଲିସକୁ ଦେଖି ସୁଶାନ୍ତ ଅନୁଗୋଳ ଥାନା ଅଧୀନରେ ଆସୁଥିବା କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚା ଭିତରକୁ ପଶି ଯାଇଥିଲା। ପରେ ତାକୁ ଧରିବା ପାଇଁ ଛେଣ୍ଡିପଦା ପୋଲିସ, ଅନୁଗୋଳ ଟାଉନ ପୋଲିସ ଏବଂ ସ୍ପେସିଆଲ ସ୍କ୍ବାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ। ପୋଲିସ ଏବଂ ସ୍ପେସିଆଲ ସ୍କ୍ବାର୍ଡ ଚଢ଼ାଉ ବେଳେ କ୍ଷୀରୋଦ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନାକରି ଖସି ଯିବାକୁ ଉଦ୍ୟମ କରିଥିଲା । ପୋଲିସ ର ପାଲଟା ଗୁଳି ଚାଳନାରେ କ୍ଷୀରୋଦର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ଫଳରେ ସେ ସେଠାରେ ପଡ଼ି ଯାଇଥିଲା । ପୋଲିସ ତାଙ୍କୁ କାବୁ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । କ୍ଷୀରୋଦର ଘର ଛେଣ୍ଡିପଦା ଅଞ୍ଚଳରେ ବୋଲି ଜଣା ପଡିଛି। କ୍ଷୀରୋଦଙ୍କ ନାମରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି।

Leave a Reply

Your email address will not be published. Required fields are marked *