ରାମନାବମୀ ରେ ମାଗଣା ଚକ୍ଷୁ ଶିବିର ଓ ଭଜନ ନୃତ୍ୟ 

ଗରଦପୁର,୦୪/୦୪/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ  ତେଣ୍ଡାକୁଡା ପଂଚାୟତ ବସନ୍ତପୁର ଗ୍ରାମରେ ଆସନ୍ତା ରବିବାର  ୬  ତାରିଖ ରବିବାର ଦିନ ପବିତ୍ର ରାମନାବମୀ  ଅବସରେ,ସକାଳ ୧୦ ଘଟିକା ଠାରୁ ୧ ଘଟିକା ପଯ୍ୟନ୍ତ ଶ୍ରୀ ଶିରିଡି ସାଇ ମନ୍ଦିର, ବସନ୍ତପୁର  ଠାରେ ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ଏବଂ JPM ROTARY EYE HOSPITAL and research institution କଟକ ମିଳିତ ସହଯୋଗ ରେ ବିଶାଳ ମାଗଣା ଚକ୍ଷୁ ଚିକିତ୍ସା ଶିବିର ର ଆୟୋଜନ କରାଯାଇଛି  ।

ଯେଉଁମାନଙ୍କ ଆଖିରେ ଝାପସା, ଜ।ଲଜ।ଲୁଆ ବା କୁହୁଡିଆ ସମସ୍ୟା ଅଛି ସମ୍ପୂର୍ଣ ମାଗଣା ରେ ଆଖି ଡାକ୍ତର ଙ୍କ ଦ୍ଵାରା ପରୀକ୍ଷା କରିନିଅନ୍ତୁ ଓ ମାଗଣାରେ ମଧ୍ୟ ମେଡ଼ିସିନ ଦିଆ ଯିବ । ଯେଉଁମାନେ ଅପେରସନ ପାଇଁ ଚି଼ହ୍ନଟ ହେବେ ସେମାନଙ୍କୁ ସମ୍ପୂର୍ଣ ମାଗଣା ରେ ନେବା, ଆଣିବ।, ରହିବ।, ଖାଇବା, ଔଷଧ, ଚଷମା ଯୋଗାଇ ଦିଆଯିବ  । ସେହିଦିନ ସନ୍ଧ୍ୟା ୫ଟା ରେ ଓଡିଶା ସରକାର ଙ୍କ ସଂସ୍କୃତି ବିଭାଗ ଦ୍ଵାରା ଭଜନ ସନ୍ଧ୍ୟା ଏବଂ ନୃତ୍ୟ ସାଂସ୍କୃତିକ କାଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *