ନିରାକାରପୁର, ୦୨/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁତପୂର୍ବ ଅଧ୍ୟକ୍ଷ ପ୍ରଫେସର ଭୀମସେନ ମିଶ୍ର, ଇଂରାଜୀ ଭାଷା ସାହିତ୍ୟର ଧୂରୀଣ, ଛାତ୍ରବତ୍ସଳ ଅଧ୍ୟାପକଙ୍କ ନାମରେ ପ୍ରତିଷ୍ଠିତ ପ୍ରଫେସର ଭୀମସେନ ମିଶ୍ର ଚାରିଟେବଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମେଧାବୀ, ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । କ୍ଷେତ୍ରବାସୀ ଏକାଡେମୀରୁ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଶ୍ରୀମାନ ଯଶୋବନ୍ତ ପ୍ରଧାନ ଏବଂ ବୀରତୋଈ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଶ୍ରୀମାନ ସୌମ୍ୟଜିତ ମିଶ୍ରଙ୍କୁ ଯଥାକ୍ରମେ ୫ହଜାର ଏବଂ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଟ୍ରଷ୍ଟି ଆରତୀ ମିଶ୍ର ଏବଂ ସଦସ୍ୟ ଭୀମସେନ ମିଶ୍ର, ଅମୁଲ୍ୟରତ୍ନ ମିଶ୍ର, ମୃତ୍ୟୁଞ୍ଜୟ ରଥ ତଥା ପ୍ରାଣେଶ୍ୱର ଜୟସିଂ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
Related Posts
କାଳୀ ପୂଜା ଭସାଣୀ ଯାତ୍ରା
ଭୁବନ ୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ଭୁବନ ରେ ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା କାଳୀ ପୂଜାର ଗୁରୁବାର ଅପରାହ୍ନ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି…
ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହ ଦେଓଙ୍କ ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ସହ ସାକ୍ଷାତ
ରାଜ୍ୟ ଶକ୍ତି ମନ୍ତ୍ରୀ ସମ୍ମିଳନୀର ନେତୃତ୍ୱ ନେବା ପାଇଁ ଓଡ଼ିଶା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର,୧୯/୦୬/୨୦୨୫(ଓଡ଼ିଶା…
ତେଲ ସଂକଟ ଅଣାୟତ୍ତ, ପେଟ୍ରୋଲ ପମ୍ପରେ ତେଲ ମିଳୁନାହିଁ,ଲୋକେ ହୀନସ୍ତା
କଟକ ସଦର, ୧୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମଧ୍ୟପ୍ରାଚ୍ୟ ଯୁଦ୍ଧର ପରିଣାମ ସ୍ୱରୂପ ଏବେ ସାରା ଦେଶ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଇ ଗତି…
