ନିରାକାରପୁର, ୦୨/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁତପୂର୍ବ ଅଧ୍ୟକ୍ଷ ପ୍ରଫେସର ଭୀମସେନ ମିଶ୍ର, ଇଂରାଜୀ ଭାଷା ସାହିତ୍ୟର ଧୂରୀଣ, ଛାତ୍ରବତ୍ସଳ ଅଧ୍ୟାପକଙ୍କ ନାମରେ ପ୍ରତିଷ୍ଠିତ ପ୍ରଫେସର ଭୀମସେନ ମିଶ୍ର ଚାରିଟେବଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମେଧାବୀ, ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । କ୍ଷେତ୍ରବାସୀ ଏକାଡେମୀରୁ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଶ୍ରୀମାନ ଯଶୋବନ୍ତ ପ୍ରଧାନ ଏବଂ ବୀରତୋଈ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଶ୍ରୀମାନ ସୌମ୍ୟଜିତ ମିଶ୍ରଙ୍କୁ ଯଥାକ୍ରମେ ୫ହଜାର ଏବଂ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଟ୍ରଷ୍ଟି ଆରତୀ ମିଶ୍ର ଏବଂ ସଦସ୍ୟ ଭୀମସେନ ମିଶ୍ର, ଅମୁଲ୍ୟରତ୍ନ ମିଶ୍ର, ମୃତ୍ୟୁଞ୍ଜୟ ରଥ ତଥା ପ୍ରାଣେଶ୍ୱର ଜୟସିଂ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
Related Posts

ମହାନ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୧୫ /୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ମହାନ ବିପ୍ଳବୀ ଶହୀଦ ବିର୍ସ। ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ…

ବିକଶିତଓଡ଼ିଶା ଏବଂ ବିକଶିତଭାରତ ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟର ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ
ଭୁବନେଶ୍ୱର, ୬/୮/୨୦୨୪ (ଓଡ଼ିଶା ସମାଚାର)- ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଭାରତ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ…

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ ,୨୯୬ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ
ଭୁବନ, ୩୦/୦୩/୨୦୨୫ (ଓଡ଼ିଶା ସମାଚାର)- ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ,ଅନଗ୍ରସର,ବିଧବା, ଭିନ୍ନକ୍ଷମ,ସହିଦ ପରିବାର,ଘରପୋଡି,ହାତୀ ଉପଦ୍ରବ,ବନ୍ୟା ବାତ୍ୟାରେ କ୍ଷତିଗ୍ରସ୍ତ ଓ ବିଭିନ୍ନ କ୍ଷେତ୍ରରେ ପଛୁଆ ବର୍ଗର ଲୋକଙ୍କୁ…