କେନ୍ଦ୍ରାପଡା,୩୦/୧୨/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା ଜାନୁଆରୀମାସ ପହିଲା ସକାଳ ୮ଟାରେ ଇଛାପୁରସ୍ଥିତ ରଥଦାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରାର୍ଥନା ଦିବସରେ ଦଳ, ମତ, ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଯୋଗଦେବାକୁ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ବର୍ତମାନ ସାରା ବିଶ୍ୱ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତିକରୁଥିବାରୁ ମଣିଷ ମନକୁ ଦୁଃଖ, ଦୈନ୍ୟ, ଭୟ, ଆତଙ୍କ, ଶଙ୍କା, ସନ୍ଦେହ, ଅବିଶ୍ୱାସ ଆଦି ଆଛାଦିତ କରି ରଖିଛି । ଶ୍ରଦ୍ଧା, ପ୍ରେମ, ଶାନ୍ତି, ଆନନ୍ଦ ଭଳି ଦିବ୍ୟ ଗୁଣ ଯେପରି ହଜି ଯାଇଛି । ଯେତେବେଳେ ବିପଦ ଆସେ ଆମେ ହତାଶ ହୋଇ ପଡୁ । ସେତେବେଳେ ବିପଦଭଞ୍ଜନ ସର୍ବମୟ କର୍ତାଙ୍କୁ ଦୁଃଖ ଦୂର ପାଇଁ ପ୍ରାର୍ଥନା କରୁ । ପୂର୍ବକାଳରୁ ଏହା ପୂର୍ବ ପୁରୁଷମାନଙ୍କର ଉତର ପିଢି ପାଇଁ ଥିଲା ମାର୍ଗଦର୍ଶନ ଓ ଉପଦେଶ । ଏହା ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା । ସଂସାରର ଏହି ସମସ୍ୟାକୁ ଦେଖି ଆମର ପୂଜ୍ୟ ପ୍ରାତଃସ୍ମରଣୀୟ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ବହୁତ ବ୍ୟଥିତଓ ଚିନ୍ତିତ । ତେଣୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ମଣିଷ ମଣିଷ ମଧ୍ୟରେ ସ୍ନେହ, ପ୍ରେମ ଓ ସୌହାର୍ଦ୍ଧ୍ୟ ଭାବ ପ୍ରତିଷ୍ଠା ପାଇଁ ଆମେ ସମସ୍ତେ ଏକାଠି ହୋଇ ଆସନ୍ତା ଜାନୁଆରୀ ପହିଲା ସକାଳ ୮ଟାରେ ଇଛାପୁର ରଥଦାଣ୍ଡରେ ଅନୁଷ୍ଠିତ ବିଶ୍ୱ ପ୍ରାର୍ଥନା ଦିବସରେ ବିଶ୍ୱ ନିୟନ୍ତାଙ୍କୁ ପ୍ରାର୍ଥନା କରିବା ନିମନ୍ତେ ଶ୍ରୀମା’ ନିବେଦନ କରିଛନ୍ତି ।
Related Posts
ମାହାରାକୂଳ – ବସପୁର କେନାଲବନ୍ଧ ସିମେଂଟ ଙ୍କକ୍ରୀଟ ରାସ୍ତା ଖାଲଖମାରେ ଭର୍ତି
କେନ୍ଦ୍ରାପଡ଼ା, ୫/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା – ବସପୁର ପୂର୍ତ ବିଭାଗ ରାସ୍ତାର ମାହାରାକୂଳ ଠାରୁ ବସପୁର ପର୍ଯ୍ୟନ୍ତ ଅଂଶ ଜଳସେଚନ ବିଭାଗ ଅଧିନରେ ରହିଛି ।…
ବଲିଉଡ୍ ହି-ମ୍ୟାନ୍, ପଦ୍ମଭୂଷଣ, ପୂର୍ବତନ ସାଂସଦ ତଥା କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଚଳଚ୍ଚିତ୍ର ଜଗତ ପାଇଁ ଅପୁରଣୀୟ କ୍ଷତି : ମନମୋହନ ସାମଲ ଭୁବନେଶ୍ୱର,୨୪/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବଲିଉଡ୍ର ହି-ମ୍ୟାନ୍, ପଦ୍ମଭୂଷଣ, ପୂର୍ବତନ ସାଂସଦ ଏବଂ କିମ୍ବଦନ୍ତୀ ଅଭିନେତା…
ଦାନଗଦି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ଯାଜପୁର, ୧୭/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଦାନଗଦି ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି…
