ଓପିଏସ୍ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ

କେନ୍ଦ୍ରାପଡା,୩୦/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ  ଓପିଏସ୍ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଉତମ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଂଚ ଗୋପୀନାଥ ମଲ୍ଲିକ, ମୁଖ୍ୟବକ୍ତା ଭାବେ ସେକ ବାବୁଜନ୍ , ସମ୍ମାନୀତ ଅତିଥି ଭାବେ ଉପସଭାପତି ଉମାକାନ୍ତ ପରିଡା ଓ ଡମ୍ବରୁଧର ସାହୁ ପ୍ରମୁଖ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ  ପ୍ରମୋଦିନୀ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ  ଅଧ୍ୟକ୍ଷା ଅପର୍ଣ୍ଣା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *