ମାତ୍ରୁଶକ୍ତି ହିଁ ଶ୍ରେଷ୍ଠ ଶକ୍ତି

                                                            ରାଉରକେଲା ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର
ରାଉରକେଲା, ୦୬/୧୦/୨୦୨୪ (ଓଡ଼ିଶା ସମାଚାର)-ରାଉରକେଲାର ଅଗ୍ରଣୀ ସାହିତ୍ୟ ସଂସ୍କ୍ରୁତି ଅନୁଷ୍ଠାନ “ରାଉରକେଲା ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଛେଣ୍ଡ୍ ସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆବାହକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଧାମରା ସଂଘର ସାଧାରଣ ସଂପାଦକ ଭଗବାନ ରାଉତ ଯୋଗଦାନ କରି କହିଲେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ ଓ ମା’ଙ୍କ ନବଦିନାତ୍ମକ ପୂଜା । ଧରାବତରଣ କରି ସାରିଛନ୍ତି ମା ଦୁର୍ଗତି ନାଶିନୀ ଦୁର୍ଗା ,ମାତ୍ରୁଶକ୍ତିର ପ୍ରତୀକ । ଜଗତ ଜନନୀ ମାଆ ଦୁର୍ଗା ପ୍ରୁଥିବୀକୁ ସତ୍ୟ ଶିବ ସୁନ୍ଦରରେ ପରିଣତ କରିଛନ୍ତି । ସେ ନବରାତ୍ର ର ନଅ ଦିନରେ ପ୍ରଥମ ଦିନେ ଶୈଳ ପୁତ୍ରୀ ,ଦ୍ବିତୀୟ ଦିନେ ବ୍ରହ୍ମ ଚାରିଣୀ ,ତ୍ରୁତୀୟ ଦିନେ ଚନ୍ଦ୍ରଘଣ୍ଟା ,ଚତୁର୍ଥ ଦିନେ କୁଷ୍ପାଣ୍ଡା ପଂଚମ ଦିନେ ସ୍କନ୍ଧମାତା ଷଷ୍ଠ ଦିନେ କାତ୍ାୟନୀ,ସପ୍ତମ ଦିନେ କାଳରାତ୍ରୀ , ଅଷ୍ଟମ ଦିନେ ମହାଗୌରୀ ଓ ନବମ ଦିନେ ସିଦ୍ଧିଦାତ୍ରୀ ପୂଜା ଅନୁଷ୍ଠିତ ହେବାର ବିଧି ବିଧାନ ବିଷୟରେ ବର୍ଣ୍ଣନା କରିଥିଲେ । ଏହି ନବରାତ୍ର ପାଳନ ଦ୍ବାରା ପ୍ରୁଥିବୀରୁ ଆସୁରିକ ଶକ୍ତି ଲୋପ ପାଇଥାଏ । ତେଣୁ ମା’ର ଆଶୀର୍ବାଦ ହେଉଛି ଦୁନିଆର ସର୍ବଶ୍ରଷ୍ଠ ଆଶୀର୍ବାଦ । ମୁଖ୍ୟ ଅତିଥି ଭାବେ ଦେବେନ୍ଦ୍ର ବଳ ମା ଦୁର୍ଗାଙ୍କର ନଅଦିନକୁ ନଅଟି ଶକ୍ତିରୂପେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ସଂସଦର ସଭାପତି ତାଙ୍କର ସଭାପତତ୍ବ ଅଭିଭାଷଣରେ ସଂସଦ ସର୍ବଦା ସାହିତ୍ୟ ଆଉ ସସ୍କ୍ରୁତିକୁ ପାଥେୟ କରି ଆଗକୁ ଅଗ୍ରସର ହେବ ବୋଲି କହିଥିଲେ । ସଂସଦର କାର୍ୟ୍ୟକାରୀ ସଭାପତି ଅନିଲ କୁମାର ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଉପସଭାପତି ରମେଶ ଚନ୍ଦ୍ର ବାରିକ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂସଦର ସମସ୍ତ କର୍ମକର୍ତ୍ତା କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *