ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଶା ଯୁବ ଓଡିଶାର ଉଦଯାପନୀ ଉତ୍ସବ

କେନ୍ଦ୍ରାପଡା,୩୦/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଶା ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ସମାବେଶର ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ସଭାପତିତ୍ୱ କରି ନୂଆ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ସଭାକୁ ସମ୍ବୋଧିତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପାଂଚ ନମ୍ବର ଜୋନ ଜିଲା ପରିଷଦ ସଦସ୍ୟା ସୁଶ୍ରୀ ଲିଲିତା ଦାସ ଯୋଗଦେଇ ନୂଆ ଓଡିଶା, ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି  ଏହି କାର୍ଯ୍ୟକ୍ରମ କିଭଳି ଯୁବ ସମାଜର ସ୍ୱପ୍ନକୁ ସାକାର କରିବ ସେ ବିଷୟରେ ଅବଲୋକନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର ଯୋଗଦେଇ ଶିକ୍ଷା ସହିତ ଆଧ୍ୟାତ୍ମିକ ଚେତନାର ମିଶ୍ରଣରେ କିଭଳି ଛାତ୍ର ଜୀବନରେ ସଫଳତା ସମ୍ଭବ ତାହା ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ମହାକାଳପଡା ଏସ.ଏସ.ବି. ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ସୁଧାଂଶୁ ଶେଖର ଦ୍ୱିବେଦୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦେଶର ଭବିଷ୍ୟତ ବିଶ୍ୱକର୍ମା ଭାବେ ଅବିହିତ କରିଥିଲେ । ସାମାଜିକ ସଚେତନତା, ସାଂସ୍କୃତିକ ନବଜାଗରଣ ଏବଂ କ୍ରୀଡ଼ାରେ ପାରଦର୍ଶୀତା କିଭଳି ଯୁବ ସମାଜକୁ ବାସ୍ତବତା ଆଡକୁ ନେଇଯାଏ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଆଲୋକ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଡଃ. ହେମନ୍ତ କୁମାର ଶତପଥୀ ବିବରଣୀ ପାଠ କରିଥିଲେ । ନୋଡାଲ ଅଧିକାରୀ ପ୍ରଫେସର ହେମନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ଅଞ୍ଜନା”ର ଶୁଭ ଉନ୍ମୋଚନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡଃ. ପ୍ରମୋଦ ରାଉତ, ଇଂ ପ୍ରମୋଦ ସାମଲ, ଭକ୍ତବନ୍ଧୁ ଓଝା, ଡଃ. ସଂଗ୍ରାମ ମହାନ୍ତି, ଅମ୍ଳାନ ରାଉତ, ସରୋଜ ଜେନା, ଅଶୋକ ଜେନା, ସୁମିତ୍ରା ମିଶ୍ର, ସାଲିନୀ ପରିଡା, ଓମକାର ଦାସ ପ୍ରମୁଖ ସହଯୋଗ କରିଥିଲେ । ଅଧ୍ୟାପକ ଡଃ. ହିମାଂଶୁ ଭୂଷଣ ପରିଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *