ମିର ବକାଉଲ୍ଲାଙ୍କୁ ଶ୍ରେଷ୍ଠ କ୍ରୀଡା ସମ୍ମାନ

କେନ୍ଦ୍ରାପଡ଼ା, ୨୫/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଫକିରାବାଦସ୍ଥିତ ସ୍ୱର୍ଗତ ମିର ମତିଉଲ୍ଲା ଙ୍କ ସୁଯୋଗ୍ୟ ସନ୍ତାନ ପୂର୍ବତନ ଫୁଟବଲ ଖେଳାଳୀ ମିର ବକାଉଲ୍ଲାଙ୍କୁ ‘ଶ୍ରେଷ୍ଠ କ୍ରୀଡା ସମ୍ମାନ’ରେ ସମ୍ମାନୀତ କରାଯାଇଛି । କେନ୍ଦ୍ରାପଡା ଟାଉନ ହାଇସ୍କୁଲ ଖେଳ ପଡିଆରେ ଆଜାଦ କ୍ଲବ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମିର ବକାଉଲ୍ଲାଙ୍କୁ ଉତରୀୟ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ‘ଶ୍ରେଷ୍ଠ କ୍ରୀଡା ସମ୍ମାନ’ରେ ସମ୍ମାନୀତ କରିଥିଲେ ।

ମିର ବକାଉଲ୍ଲା ୧୯୭୮ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଆଜାଦ୍ କ୍ଲବର ଜଣେ ଦକ୍ଷ ଫୁଟବଲ ଖେଳାଳୀ ଭାବେ ରାଜ୍ୟର ପୁରୀ, କଟକ, ଯାଜପୁର, ଢେଙ୍କାନାଳ, ବାଙ୍କି ପ୍ରଭୃତି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି କ୍ଲବ ତଥା କେନ୍ଦ୍ରାପଡା ଅଂଚଳ ପାଇଁ ସୁନାମ ଆଣିଦେଇଥିଲେ । ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଥିଲା । ସେ ଜଣେ କ୍ରୀଡାପ୍ରେମୀ, ପରୋପକାରୀ ଓ ସମାୟାନୁବର୍ତୀ ବ୍ୟକ୍ତି ଭାବରେ ସାଧାରଣରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରପାରିିଛନ୍ତି ।

Leave a Reply

Your email address will not be published. Required fields are marked *