ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ

ଶନିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚରେ କଟକର ମା’ମଙ୍ଗଳା କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ଭେଟିବ
କେନ୍ଦ୍ରାପଡା, ୩୧/୦୧/୨୦୨୫(ଓଡ଼ିଶା ସମାଚାର)- ଜାତୀୟ ସ୍ତରୀୟ ପଂଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ର ଗ୍ରୁପ-ବି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକ ପୌର ପରିଷଦର ପୌରାଧ୍ୟକ୍ଷା ଗୁଲମଖି ହବିବ୍ ମୁଖ୍ୟଅତିଥି, ସମାଜସେବୀ ରଞ୍ଜିତ କୁମାର ସାହୁ, କାଉନସିଲର ପ୍ରଦୀପ୍ତ କୁମାର ଜେନା, ସେକ ଅସଲମ୍, ଉମେଶ ଚନ୍ଦ୍ର ନାୟକ, କେନ୍ଦ୍ରାପଡା ସାଂସଦଙ୍କ ରାଜନୈତିକ ସଂଯୋଜକ ମହିମାନନ୍ଦ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଗ୍ରୁପ – ବି ଦ୍ୱିତୀୟ ସେମିଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ । ଏଥିସହିତ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ଶୁଭେଛା ଜଣାଇଥିଲେ । ଆଜିର ସେମିଫାଇନାଲ ମ୍ୟାଚରେ କଟକର ମା’ମଙ୍ଗଳା କ୍ଲବ କେନ୍ଦ୍ରାପଡାର ସୁରଜ ସ୍ପୋଟିଙ୍ଗ କ୍ଲବକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚ୍ କୁ ରେଫରୀ ଭାବେ ପ୍ରଦୀପ୍ତ କୁମାର ମହାନ୍ତି, ମହମ୍ମଦ ସାକଲିନ, ସୁକାନ୍ତ ସିଂ ଓ ମହମ୍ମଦ ମୋକିମ ପ୍ରମୁଖ ପରିଚାଳନା କରିଥିଲେ । ଶନିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚରେ କଟକର ମା’ମଙ୍ଗଳା କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ଭେଟିବ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଧିନ୍, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍, ସମିଉଲ୍ଲା ଖାନ୍, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍, କଲିମ ଖାନ୍, ମୀର ଅବୁସମା, ଆୟାଜ ମହମ୍ମଦ୍, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଧିନ ପ୍ରମୁଖ ମଂଚାସୀନ ଥିଲେ । କ୍ଲବର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍, ମୀର ସଲାମତ୍, ସଲିମ ଖାନ୍, ଜାହିଦ ଖାନ୍, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍, ସମସେର ଅଲ୍ଲୀ ଖାନ୍, ମହମ୍ମଦ ଇମ୍ରାନ୍, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍, ମହମ୍ମଦ ଅଜିଜ୍, ମିରାଜନ୍, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *