କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କୁ ନେଇ ମୁଣ୍ଡବିନ୍ଧା

କେନ୍ଦ୍ରାପଡ଼ା ୧୨/୦୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କେତେକ ବିଶୃଙ୍ଖଳିତ ଛାତ୍ରୀଙ୍କ ଅସଦ ଆଚରଣ ଯୋଗୁଁ  ସାରା ମହାବିଦ୍ୟାଳୟ ବିଶୃଙ୍ଖଳିତ ହୋଇପଡିଛି । ଏହି ଘଟଣା କଲେଜ ଅଧ୍ୟକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଘଟଣା ଅନୁଯାଇ ବର୍ତମାନ ମହାବିଦ୍ୟାଳୟରେ ଚାଲି ଥିବା ସରକାରଙ୍କ ନୂଆ ‘ଓ’ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଗତକାଲି ସନ୍ଧ୍ୟାରେ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ସେତିକି ବେଳେ ମହାବିଦ୍ୟାଳୟର ଜନୈକ +୩ ଛାତ୍ରୀ ଏକ ଉତେଜନା ସୃଷ୍ଟିକାରୀ ଡ୍ରେସ ପିନ୍ଧି ସେହି କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବାକୁ ଜିଦ ଧରିଥିଲେ । ଏଭଳି ଡ୍ୟାନ୍ସକୁ ଦାୟୀତ୍ୱରେ ଥିବା ଅଧ୍ୟାପିକାଙ୍କ ସମେତ କାର୍ଯ୍ୟକ୍ରମର ବିଚାରପତିମାନେ ବି ଅନୁମତି ପ୍ରଦାନ କରିନଥିଲେ । ଫଳରେ ସଂପୃକ୍ତ ଛାତ୍ରୀ ଜଣଙ୍କ ସେହି ଅଧ୍ୟାପିକାଙ୍କ ସମେତ ଅନ୍ୟ ଜଣେ ଅଧ୍ୟାପିକାଙ୍କୁ ଗାଳି ଗୁଲଜ କରି ସେଠାରୁ ଚାଲି ଯାଇଥିଲେ । ଆଜି ସେ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଚାମ୍ବରରେ ସଂପୃକ୍ତ ଅଧ୍ୟାପିକାମାନେ ଘଟଣା ବିଷୟରେ କଲେଜ ଅଧ୍ୟକ୍ଷ ଅଶୋକ କୁମାର ଦାସଙ୍କୁ ଜଣାଇଥିଲେ । ଏସମ୍ପର୍କରେ ସେଠାରେ ଆଲୋଚନା ଚାଉଲିଥିବା ବେଳେ ସଂପୃକ୍ତ ଛାତ୍ରୀ ଜଣଙ୍କ ପୁନର୍ବାର ସେହି ଅଧ୍ୟାପିକାମାନଙ୍କୁ ଆଙ୍ଗୁଳି ଦେଖାଇ ବିଭିନ୍ନ ଆପତିଜନକ କଥା କହିଥିଲେ । ଫଳରେ ସମାଧାନ ହେବାକୁ ଯାଉଥିବା ଘଟଣାଟି ଭିନ୍ନ ରୂପ ନେଇଥିଲା । ସେହି ସମୟରେ ଅଧ୍ୟକ୍ଷଙ୍କ ଚାମ୍ବର ବାହାରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସମର୍ଥନରେ କେତେକ  ଅଣଛାତ୍ର ଅତ୍ୟନ୍ତ ଅଶ୍ଳିଳ ଭାଷାରେ ବଡ ପାଟିରେ ଗାଳି ଗୁଲଜ କରିବାରେ କଲେଜ ପକ୍ଷରୁ ଟାଉନ ଥାନାକୁ ଘଟଣା ବିଷୟରେ ଟେଲିଫୋନ ଯୋଗେ ଜଣାଇ ଦିଆଯାଇଥିଲା । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ବାରେ ପାଟି କରୁଥିବା ଅଣଛାତ୍ରମାନେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ । ସୂଚନା ଅନୁଯାୟୀ ଆଜି ସେହି ଘଟଣାର କୌଣସି ସମାଧାନ ହୋଇ ପାରି ନାହିଁ । ସଂପୃକ୍ତ ଦୁଇ ଅଧ୍ୟାପିକାଙ୍କୁ ଲିଖିତ ଭାବରେ ଘଟଣା ସମ୍ପର୍କରେ ଜଣାଇବାକୁ କଲେଜ ଅଧ୍ୟକ୍ଷ ଶ୍ରୀ ଦାସ ନିର୍ଦେଶ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *