ପାଟକୁରା,୦୨/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟାରେ ରେ ଗରଦପୁର ବ୍ଳକ ଅଧୀନ ପାଟକୁରା ସରକାରୀ ହାଇସ୍କୁଲରେ ବାର୍ଷିକ ଉତ୍ସଵ ଓ଼ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ପରିଦର୍ଶକ ମନମୋହନ କାନୁନଗୋ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ କିଛି ପରିବର୍ତନ ଆଣିବାକୁ ଉପଦେଶ ଦେଇଥିଲେ । ପିଲାମାନେ ସମୟନୁବର୍ତ୍ତିତା ହୋଇ ପରିଶ୍ରମ କରି ବିଦ୍ୟା ଅଧ୍ୟୟନ କଲେ ଯୁଗ ଉପଯୋଗୀ ଜଣେ ଜଣେ ଭଲ ମଣିଷ ହୋଇ ବାହାରି ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥିଭାବେ ଯୋଗଦେଇ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ ବାଟକୃଷ୍ଣ ସାହୁ ପିଲାମାନଙ୍କୁ ପାଠ ପଢିବାପାଇଁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ଓ଼ ସମ୍ମାନିତ ବକ୍ତା ଭାବେ ଅବସର ପ୍ରାପ୍ତ ଇଂରାଜୀ ବିଭାଗ ପ୍ରାଧ୍ୟାପକ ବୈଷ୍ଣବ ଚରଣ ମହାନ୍ତି, ଓସ୍ତାର ସମ୍ପାଦକ ଭଗବାନ ସାହୁ, ଓସ୍ତାର ଜିଲ୍ଲା ସଭାପତି ଅଶୋକ କୁମାର ପରିଡା ପ୍ରମୁଖ ପୁରାତନ ଶିକ୍ଷା ବ୍ୟବସ୍ଥା ଓ଼ ଏବେକାର ଶିକ୍ଷା ବାବଦରେ ଆଲୋଚନା କରିଥିଲେ ।
ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ପିଲାଦିନର ଅବସ୍ଥା ଓ଼ ତାଙ୍କର ସଚୋଟତା ବିଷୟରେ ବକ୍ତାମାନେ ଆଲୋଚନା କରିଥିଲେ । ତାଙ୍କର ସଚୋଟତା ଗୁଣ ପାଇଁ ସେ ଦେଶର ସର୍ବୋଚ୍ଚ ସ୍ଥାନ ପ୍ରଧାନ ମନ୍ତ୍ରୀ ପଦକୁ ଯାଇପାରିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ବିଜେଡି ଯୁବନେତା ତଥା ପାଟକୁରା ଗ୍ରାମ ପଂଚାୟତ ସମିତି ସଭ୍ୟ ରାକେଶ ମହାପାତ୍ର, ପାଟକୁରା ସରପଞ୍ଚ ଗୀତାଞ୍ଜଳି ମହାନ୍ତି,ସ୍କୁଲ ଚେୟାରମ୍ୟାନ ଅମରେନ୍ଦ୍ର ସାହୁ ପ୍ରମୁଖ ବିଦ୍ୟାର୍ଥୀ ମାନଙ୍କୁ ଅନେକ ପରାମର୍ଶ ଦେଇଥିଲେ ।
ପୂର୍ବତନ ପ୍ରଧାନ ଶିକ୍ଷକ ବାଟକୃଷ୍ଣ ସାହୁ, ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ପରିଦର୍ଶକ ମନମୋହନ କାନୁନଗୋ, ଅବସରପ୍ରାପ୍ତ ଶିକ୍ଷକ ଉମେଶ ଓଝା ଓ଼ ସରୋଜିନୀ ପରିଡା ପ୍ରମୁଖ ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ପରୀକ୍ଷାରେ ଭଲ ସ୍ଥାନ ରଖିଥିବା ବିଦ୍ୟାର୍ଥୀ ମାନଙ୍କୁ ଅର୍ଥ ରାଶି ଦିଆଯାଇ ପୁରସ୍କୃତ କରାଯାଇଥିଲା । ଏତତବ୍ୟତୀତ ବିଭିନ୍ନ କ୍ରୀଡାରେ ପ୍ରଥମ, ଦ୍ୱିତୀୟ ଓ଼ ତୃତୀୟ ସ୍ଥାନ ରଖିଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରମାଣ ପାତ୍ର, ସିଲ ଓ଼ କପ ଦିଆଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ୟ୍ୟକ୍ରମ ଓ଼ ନୃତ୍ୟ ପରିବେଷଣ କରାଯାଇଥିଲା ।