ଘଟଗାଁ,୦୯/୦୯/୨୦୨୬(ଓଡିଶା ସମାଚାର)-ଘଟଗାଁ ଏମ୍, ଇ ସ୍କୁଲ୍ ତରଫରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘଟଗାଁ ବିଇଓ ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଏବିଇଓ ସଞ୍ଜୟ ପଲେଇ , ସିଅରସିସି କମଳାକାନ୍ତ ପଣ୍ଡା , ପରିଚାଳନା କମିଟି ସଭାପତି ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଥିଲେ ।
ବିଦ୍ୟାଳୟ ପରିସରରୁ ପ୍ରକୃତି ବନ୍ଧୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ରେ ଛାତ୍ରଛାତ୍ରୀ ମାନେ ଘଟଗାଁ ବଜାର ପରିକ୍ରମା କରି ଘଟଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ପହଂଚି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣର ବାର୍ତ୍ତା ପ୍ରଦାନ କରିଥିଲେ । ଘଟଗାଁ ବନପାଳ ଶରତ ପଟ୍ଟନାୟକ, ଢେଙ୍କିକୋଟ ବନ ପାଳ ଅକ୍ଷୟ ମହାନ୍ତି ପିଲାମାନଙ୍କୁ ଦୁଇ ଶହ ଚାରା କାର୍ଯ୍ୟାଳୟ ତରଫରୁ ପ୍ରଦାନ କରିଥିଲେ । 
ପରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ପଦ୍ମିନୀ ଥପ୍ପା, ରଶ୍ମିତା ଦାସ, ଅନିତା ସାହୁ, ଅନିମା ଭଞ୍ଜ ପ୍ରମୁଖ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥଲେ। ଉକ୍ତ କାର୍ଯ୍ୟକ୍ରମରେ ମୋ ସ୍କୁଲ୍ ସଭାପତି ସୁନୀଲ ଦେହୁରୀ, ଶିକ୍ଷକ ମାଗୁଣି ଚରଣ ମାଝୀ, ସଞ୍ଜୀବ ସାହୁ, ଶୁଭକାନ୍ତ ସେଠୀ,ଶିକ୍ଷୟିତ୍ରୀ ମାଳତୀ କୁମାରୀ ନାଥ ଶର୍ମା, ଭାରତୀ ମହାନ୍ତି, ରଶ୍ମିତା ମହାନ୍ତ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଛାତ୍ରୀ ଜାଗୃତି ଭଞ୍ଜ, ସରସ୍ଵତୀ ନାଏକ, ସୁମିତ୍ରା ନାଏକ, ରିଙ୍କି ଦାସ, ତିଥି ପ୍ରଜ୍ଞା ସିଂ,ସମ୍ପୂର୍ଣ। ନାଏକ, ପୂର୍ଣ୍ଣିମା ମୁଣ୍ଡା, ହେମଲତା ମୁଣ୍ଡା, ଫୁଲମନି ମୁଣ୍ଡା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଥିଲେ ।
