ଚିତ୍ରକୁଟ ଵିହାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଖୋର୍ଦ୍ଧା,୨୦/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଶିକ୍ଷା ଜିଲ୍ଲା  ଟାଙ୍ଗୀ ବ୍ଲକ ନିରାକାରପୁର ଚିତ୍ରକୂଟ ବିହାର  ସରକାରୀ ପ୍ରାଥମିକ ଵିଦ୍ୟାଳୟରେ ଆଜି ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସଭାପତି ମନୋଜ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ  ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ କୁମାର ପ୍ରଧାନ, ସମାନିତ ଅତିଥି ଭାବେ ସିଆରସିସି ପଂଚାନନ ଭୁଜବଳ, ସାମ୍ବାଦିକ ବିକ୍ରମ କେଶରୀ ସାହୁ,ମାନସ ପଟ୍ଟନାୟକ, ଉମେଶ ପଟ୍ଟନାୟକ,ବିଭୁତି ଭୁଷଣ ଦାଶ, ସୁଚିତ୍ର ଭୁଜବଳ, ବାଲୁଙ୍କେଶ୍ୱର ବେହେରା, ଶିକ୍ଷକ ଚରଣ ସେଠୀ ଉପସ୍ଥିତ ରହି ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ନେଇ ଅତିଥି ମାନଙ୍କୁ ପରିଚାଳନା କମିଟି ର ସଭାପତି ମନୋଜ ପ୍ରଧାନ ସମସ୍ୟା କୁ ଉପସ୍ଥାପନ କରିଥିଲେ। ପ୍ରଥମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ।ବିଦ୍ୟାଳୟ ର ପ୍ରମୁଖ ସମସ୍ୟା ସ୍ଥାୟୀ ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କ ପାଇଁ ପିଇଵାପାଣି  ସମସ୍ୟା ଓ ଏକ ଖେଳ ପଡିଆ ପୁରଣ ପାଇଁ ବୈଠକ ରେ ଦାବି ଉପସ୍ଥାପନ କରିଥିଲେ। ଅତିଥିମାନଙ୍କ ଦ୍ବାରା ଛାତ୍ର-ଛାତ୍ରୀଙ୍କୁ ଜୋତା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅଙ୍ଗନଓ୍ବାଡି ଦିଦି ପ୍ରଭାତୀ ବେହେରା, ଓ୍ବାଡମେମ୍ବର ତୋଫାନ ପ୍ରଧାନ ଓ  କମିଟି ର ସମସ୍ତ କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀ ସହ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ କୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *