ଆଞ୍ଚଳିକ ସାମ୍ବାଦିକ ସଂଘ ର ତ୍ରି ଦିବସୀୟ ସମାରୋହ ଉଦଯାପିତ  

ସାଲେପୁର,୦୨/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ର ଦଶମ ବାର୍ଷିକ ଉତ୍ସବ ସାଲେପୁର ହାଇସ୍କୁଲ ପଡିଆରେ, ଉଦଯାପିତ ହୋଇ ଯାଇଛି । ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀପ୍ରଦୀପ ବଳସାମନ୍ତ,ସମ୍ମାନୀତ ଅତିଥି ଭାବେ ସାଂସଦ ସିଦ୍ଧାନ୍ତ ମହାପାତ୍ର,ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ବିଜେପି ନେତା ଅରିନ୍ଦମ ରାୟ ପ୍ରମୁଖ ଯୋଗ ଦେଇଉଦବୋଧନ ଦେଇଥିଲେ ।

ସଂଘର ସଭାପତି ଅକ୍ଷୟ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ସମ୍ପାଦକ ହୃଷିକେଶ ମଲ୍ଲିକସାଙ୍ଗଠନିକ ସୂଚନା ପ୍ରଦାନ କରିଥିଲେ  । ତିନିଦିନ ବ୍ୟାପି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଓଡିଶା ର ସୁପ୍ରସିଦ୍ଧ କଳାକାର ମାନେ ନିଜସ୍ୱ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଶେଷରେ ଆତସ ବାଜି ପ୍ରଦର୍ଶନ କରାଯାଇଥିଲା । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *