ଅଟଳ ସେନା ପକ୍ଷରୁ ଉତ୍କଳ ଦିବସ ପାଳିତ 

ନିଶ୍ଚିନ୍ତକୋଇଲି, ୦୨/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ଅଟଳ ସେନା,ଓଡ଼ିଶା ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମା ଦଶଭୂଜା ଠାକୁରାଣୀ ପୀଠ ଜନାର୍ଦ୍ଦନପୁର ଠାରେ ଅଟଳ ସେନା ରାଜ୍ୟ ସଭାପତି ଦିବାକର ପ୍ରଧାନଙ୍କ ସଭାପତିତ୍ବରେ ଉତ୍କଳ ଦିବସ ପାଳିତ  ହୋଇଯାଇଅଛି । ଏହି ଅବସରରେ ଏକ ବୌଦ୍ଧିକ ଆସର ଓ ଉତ୍କଳ ପ୍ରଦେଶ ଗଠନରେ ବରପୁତ୍ର ମାନଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ରକୁ ମୁଖ୍ୟ ଅତିଥି ଅଟଳ ବୁଦ୍ଧିଜିବୀ ସଂଘର ରାଜ୍ୟ ସଭାପତି ଡ଼ଃ ଉମେଶ ଚନ୍ଦ୍ର ପତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଏଥିରେ ମୁଖ୍ୟ ବକ୍ତା ଭାବେ ଅଟଳ ସେନା ରାଜ୍ୟ ଚିନ୍ତନ ପରିଷଦର ଉପାଧ୍ୟକ୍ଷ ଡ଼ଃ ପ୍ରଭାତ କିଶୋର ନାୟକ ଯୋଗ ଦେଇ ଓଡ଼ିଶାର ନାମ ଉତ୍କଳ କରିବା ପାଇଁ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଅଟଳ ସୈନିକ ମାନଙ୍କୁ ଆହ୍ବାନ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ସମ୍ମାନୀୟ ଅତିଥି ଭାବେ ପ୍ରଫେସର୍ ନମିତା ଦୀକ୍ଷିତ୍, ଶିକ୍ଷାବିତ୍ ବିପିନ୍ ବିହାରୀ କର ଓ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାପାତ୍ର ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ବରପୁତ୍ର ମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ସେନାର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ  ଅଟଳ ଯୁବ ସଂଘର ସମ୍ପାଦକ ଜ୍ୟୋତିରଞ୍ଜନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିନତୀ ପ୍ରଧାନ, ଦ୍ରୁପଦ ସ୍ବାଇଁ, ହରେକୃଷ୍ଣ ସାମଲ, ଗୌତମ ବେହେରା, ପ୍ରଶାନ୍ତ ସେଠୀ, ରବୀନ୍ଦ୍ର ନାଥ ବେହେରା, ରାମଚନ୍ଦ୍ର ସାହୁ, ପ୍ରହଲ୍ଲାଦ ଷଡ଼ଙ୍ଗୀ, ପର୍ଶୁରାମ ଭୂୟାଁ, କୃଷ୍ଣଚନ୍ଦ୍ର ଭୋଇ, ବଟକୃଷ୍ଣ ପଣ୍ଡା ଅଶୋକ କୁମାର ବାରିକ୍, ସୋନମ୍ କୁମାର ଦାସ, ପ୍ରଶାନ୍ତ କୁମାର ମହାରଣା, ନିଗମାନନ୍ଦ ନାୟକ, ବିଶ୍ବରଂଜନ ସେଠୀ, ଜଳଧର ବେହେରା, ହିମାଦ୍ରି ଭୂଷଣ ମିଶ୍ର, କୃଷ୍ଣଚନ୍ଦ୍ର ସେଠୀ, କୃଷ୍ଣଚନ୍ଦ୍ର ବାରିକ୍, ପ୍ରକାଶ ଚନ୍ଦ୍ର ଗାହାଣ , କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରଭୃତି ଶତାଧିକ ଅଟଳ ସୈନିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *