ଉତ୍ତର ପ୍ରଦେଶ / ଭୁବନେଶ୍ୱର,୧୮/୦୭/୨୦୨୬ (ଓଡ଼ିଶା ସମାଚାର)– ବରେଲି ରେ ରଥ ଯାତ୍ରା । ଆନ୍ତର୍ୟ୍ୟାତିକ ଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡ. ଚନ୍ଦ୍ର ଭାନୁ ଶତପଥୀ ଜୀ ଙ୍କ ଦିବ୍ୟ ମାର୍ଗଦର୍ଶନରେ ଉତ୍ତର ପ୍ରଦେଶ,ବରେଲି ରେ ପ୍ରଥମ ରଥ ଉତ୍ସବ ଅତ୍ୟନ୍ତ ଶ୍ରଦ୍ଧା ଏବଂ ଆନ୍ଦର ସହିତ ପାଳନ କରାଯାଇଛି।
ହଜାର ହଜାର ଭକ୍ତ ଏକତ୍ରିତ ହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥ ଟାଣିଲେ, ଭଜନ କୀର୍ତନ କଲେ ଏବଂ ତାଙ୍କର ଆଶୀର୍ବାଦ ଲାଭ କଲେ। ଏହା ଶ୍ରଦ୍ଧା, ଏକତା ଏବଂ ପ୍ରେମର ଏକ ସୁନ୍ଦର ନିଦର୍ଶନ ଥିଲା। ପ୍ରକାଶ ଥାଉ କି ଗତ ବର୍ଷ ଜୁଲାଇ ୧୪ ରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ଗୁରୁଜୀ ଶ୍ରୀ ଶତପଥୀ ଯୋଗ ଦେଇଥିଲେ ।
