ଲୋଭା ଦାସ ଙ୍କ ଦ୍ୱାଦଶାହ ରେ ଶ୍ରଦ୍ଧାଞ୍ଜଳି

କଟକ ସଦର ,୨୩/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଜଣାଶୁଣା ବିଜେଡ଼ି ନେତା ତଥା ଯୁବ ସଂଗଠକ ବିଳାସ ମଲ୍ଲିକଙ୍କ ମାତା ସ୍ୱର୍ଗତା ଲୋଭା ଦାସ ଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଆଜି (ଗୁରୁବାର ଦିନ) କିଶନନଗର ବିଶ୍ୱାଳପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଜେଡ଼ି ନେତା ପ୍ରଫୁଲ୍ଲ ସିଂହ, ପ୍ରଶାନ୍ତ ନାୟକ,ଯୁଗଳ କିଶୋର ନାୟକ, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ, କଟକ ଜିଲ୍ଲା ସାମାଜିକ ସଂଗଠନ ଆବାହକ ଆରତ ରଞ୍ଜନ ବିଶ୍ୱାଳ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତରାୟ ଙ୍କ ଭାଇ କୈ।ଶିକ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ଵିଶ୍ୱ।ଳ, ପ୍ରକାଶ ସିଂ,ସକିଲ ମହମ୍ମଦ ଛାତ୍ର ବିଜେଡ଼ି ନେତା ସତ୍ୟ ସିଦ୍ଧାନ୍ତ ଦାଶ ଙ୍କ ସମେତ କଟକ ସଦର ରୁ ହଜାର ହଜାର ବିଳାସ ପ୍ରେମୀ ଯୋଗ ଦେଇ ଲୋଭାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *