ଥୋରିଆପଡାରେ ଇଦ୍ ମିଲନ ଉତ୍ସବ 

କଟକ ସଦର,୦୧/୦୪/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଥୋରିଆପଡା ଠାରେ ପବିତ୍ର ଭାଇଚାରାର ପର୍ବ ଇଦ୍-ଉଲ୍-ଫିତର ସୋମବାର ରାତିରେ ସଦାକତ୍ ଅଲ୍ଲୀ ଓ ଅରଫାକ୍ ଅଲ୍ଲୀ ଙ୍କ ଆୟୋଜନରେ ଇଦ୍ ମିଲନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,ଅଭୟ ସାହୁ,ସକିଲ ଅହମ୍ମଦ, ପ୍ରଶାନ୍ତ ଦାସ, ମହମ୍ମଦ ଗୁଫରାନ ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ଇଦ୍ ମୁଵାରକ ଜଣାଇବା ସହିତ ଏହି ଭାଇଚାରାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଆୟୋଜକ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ସୁଭଦ୍ରା ପିଲାଙ୍କୁ ଚକୋଲେଟ୍ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶେଖ୍ ଜଫିର,ଅଜମତ ଅଲ୍ଲୀ, ମହମ୍ମଦ ସଜାଦ୍, ମହମ୍ମଦ ଇଜାଦ୍,ମନଜର ଅଲ୍ଲୀ ଖାଁ, ମହମ୍ମଦ ସାହିର, ଶେଖ୍ ରସିଦ୍,ଶାହାନୱ।ଜ ଅଫସର, ମହମ୍ମଦ ରିଜିୱ।ନ୍, ମହମ୍ମଦ ଅଫଜଲ୍, ଶେଖ୍ ଅରମାନ, ଶେଖ୍ ଅଲମସ୍,ଇମ୍ରୋଜ,ଜୁନେଦ୍,ସାକିଵ୍, ମହମ୍ମଦ ଜାହାଙ୍ଗୀର ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *