ରାଷ୍ଟ୍ରୀୟ ନବ ବର୍ଷ ରେ କବିତା ପାଠୋତ୍ସବ

ଭୁବନ ୩୧/୦୩/୨୦୨୫ (ଓଡ଼ିଶା ସମାଚାର)-ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଭୁବନ ଶାଖା ତରଫରୁ ରାଷ୍ଟ୍ରୀୟ ନବବର୍ଷ ପାଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ତୁଳସୀ ଭବନ ଠାରେ ଭୁବନ ଶାଖା ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରି ହିନ୍ଦୁ ନବ ବର୍ଷ ପାଳନ ଓ ବିକ୍ରମ ସମ୍ବତ ସମ୍ପର୍କରେ ଆଲୋକପାତ କରିଥିଲେ ।

ଭୁବନ ଶାଖା ସମ୍ପାଦକ ରୂପକ କୁମାର ମିଶ୍ର ଙ୍କ ସମେତ ଉପ ସଭାପତି ଅଧ୍ୟାପକ ବାସୁଦେବ ସାହୁ,ସହ ସମ୍ପାଦକ ଚିତ୍ତ ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ବିଳାସିନୀ ପୃଷ୍ଟି,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀଧର ବେହେରା,ବାଣୀ ସାହିତ୍ୟ ସଂସଦ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା, ଈଂ ଈଶ୍ୱର ଚନ୍ଦ୍ର ବେହେରା,କବି ଲଳିତ ବେହେରା,ହୃଷୀକେଶ ସାହୁ ,କବୟିତ୍ରୀ ସୁଲୋଚନା ସାହୁ,ନିରୁପମା ଲେଙ୍କା ଙ୍କ ସମେତ ବହୁ କବି ଉପସ୍ଥିତ ରହି କବିତା ପାଠୋତ୍ସବ କରି ହିନ୍ଦୁ ନବ ବର୍ଷ କୁ ସ୍ବାଗତ କରିବା ସହ ପରସ୍ପରକୁ ଶୁଭେଛା ଜଣାଇଥିଲେ ।

 

 

Leave a Reply

Your email address will not be published. Required fields are marked *