ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଖଜୁରିଆକଟା,୩୧/୦୩/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପରିଷରରେ ରବିବାର ଓଡିଶା ସରକାରଙ୍କ  ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଆନୁକୁଲ୍ୟରେ  ଭିନ୍ନକ୍ଷମ , ବିଧବା , ରୋଗାକ୍ରାନ୍ତ ,ଶହୀଦ ପରିବାର ,ବନ୍ୟା ବାତ୍ୟା ,ହାତୀ ଉପଦ୍ରବ ଓ ଘରପୋଡି କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ପକ୍କାଘର ଯୋଗାଇଦେବା ଲକ୍ଷ୍ୟନେଇ ଏକ ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ  ଅନ୍ତ୍ୟୋଦୟ ଗୃହ ଯୋଜନା ସମାବେଶରେ  ମୁଖ୍ୟ ଅତିଥିଭାବେ  ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏନେଇ ହିନ୍ଦୋଳ ବ୍ଲକ ପରିସର ରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଡ. କଲ୍ୟାଣ ସୌରଭ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଅଭାସି କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ହିନ୍ଦୋଳ ପ୍ରତିନିଧି ସୁଶାନ୍ତ ପତି , ବ୍ଲଜ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ , ବ୍ଲକ ଉପାଧ୍ୟକ୍ଷ ବରୁଣ କୁମାର ସର , ଜିଲ୍ଲାପରିଷଦ ସଦସ୍ୟା ମାମାଲି ଦାଶ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମବକିବାତ୍ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜରକମଳରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଥିଲା ।

ଏହାକୁ ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ହିନ୍ଦୋଳର ବହୁ ସାଧାରଣ ଶୁଣିଥିଲେ । ବ୍ଲକର ୩୫ ପଞ୍ଚାୟତରୁ ୩୧୨ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କତାଯାଇ ପ୍ରଥମ କିସ୍ତିରେ କାର୍ଯ୍ୟଦେଶ ବଣ୍ଟନ କରାଯାଇଛି । ଉକ୍ତକାର୍ଯ୍ୟକ୍ରମର ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ଜ୍ୟୋତିରଂଜନ ପ୍ରଧାନ , ଜିପିଡିଓ ଅନିତା ଦାଶ ମହାପାତ୍ର , ଡବ୍ଲୁଇଓ ମେନକା ମାରାଣ୍ତି , ବହୁ ସରପଞ୍ଚ , ସମିତି ସଭ୍ୟ/ ସଭ୍ୟା ଉପସ୍ଥିତ ଥିବା ସମୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପିଇଓ ମାନଙ୍କ ଜରିଆରେ ହିତାଧିକାରୀମାନଙ୍କୁ ଅଟୋରେ ଅଣାଇବା ସହ  ସେମାନଙ୍କୁ ଗୃହ ନିମନ୍ତେ ଅତିଥିମାନଙ୍କ ଦ୍ୱାରା କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ସମୟରେ ବ୍ଲଜ ଅନ୍ତର୍ଗତ ବିଭିନ୍ନ ଅଂଚଳରୁ  ବହୁ ଜନସାଧାରଣ ଯୋଗଦେଇ  ଆଭାସି କାର୍ଯ୍ୟକ୍ରମରେ ଶୁଣିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *