କଟକ ସଦର,୨୪/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏଭଳି ଏକ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟିଯାଇଛି ଯେ ଅତ୍ୟାଧୁନିକ ଜ୍ଞାନ କୈ।ଶଳ ପ୍ରୟୋଗ କରି ମଧ୍ୟ କମିଶନରେଟ ପୋଲିସ ହତ୍ୟାକାରୀ କୁ ଧରିବ କ’ଣ ତା ପାଖରେ ପହଞ୍ଚିପାରି ନଥିବା ଅଭିଯୋଗ ହେଉଛି। ଘଟଣା କ୍ରମ ଏଇଆ ଯେ ଗତ ମେ ମାସ ଆଜିର ୨୪ ତାରିଖ ରାତି । ରାତି ପାହିଲେ ୨୫ ତାରିଖ ରେ ସାଧାରଣ ନିର୍ବାଚନ। ଚାରିଆଡ଼େ ଗହଳିଚହଳି ସହିତ ନିର୍ବାଚନ ସରଗରମ ଥାଏ। ସକାଳୁ ସକାଳୁ ଜଣାପଡ଼ିଲା ଯେ କନ୍ଦରପୁର ଥାନା ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତ ଦେଓପୁର ଗ୍ରାମର ସରୋଜ ଭୋଇଙ୍କର ତଣ୍ଟି କଟା ଶଵ ଘର ଠାରୁ ବହୁ ଦୂରରେ ଥିବା ଗହୀର ମଝିରେ ନୂଆଯୋର ନିକଟରେ ପଡ଼ିଛି। ଏହା ଜଣାପଡିବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା। ଏଥିପାଇଁ ଘଟଣା ସ୍ଥଳକୁ କମିଶନରେଟ ପୋଲିସ ର ବରିଷ୍ଠ ଅଧିକାରୀ, ସାଇଣ୍ଟିଫିକ ଟିମ୍,ସନ୍ଧାନୀ କୁକୁର ପହଞ୍ଚି ହତ୍ୟାକାଣ୍ଡ ର ଛାନଭିନ କରିଥିଲେ। ତଦନ୍ତ ଏପରି ହୋଇଥିଲା ଯେ ହତ୍ୟାକାରୀ ଯଥା ଶୀଘ୍ର ଧରାପଡ଼ିବା ସହିତ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ ହେବ ବୋଲି ଲୋକେ ବିଶ୍ଵାସ ରଖିଥିଲେ। ହେଲେ ଆଜକୁ ୪ ମାସ ବିତିଯାଇଥିଲେ ବି ହତ୍ୟାକାରୀ କୁ ଧରିବ କ’ଣ ତାର ସୁରାକ ମଧ୍ୟ ପାଇପାରିଲା ନାହିଁ ପୋଲିସ। ଏଥିପାଇଁ ପୋଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିଵା ସହିତ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତଣ୍ଟି କଟା ହତ୍ୟାକାଣ୍ଡ କୁ ୪ ମାସ ପୁରିଲା, ହତ୍ୟାକାରୀ ର ସୁରାକ ପାଇ ପାରିଲା ନାହିଁ କମିଶନରେଟ ପୋଲିସ
