ରାଜ୍ୟସ୍ତରୀୟ ଜିତେନ୍ ବରାଳ ସ୍ମାରକୀ ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ, ପୁରୀକ୍ଲବ ଚମ୍ପିଆନ

ନିମାପଡ଼ା,୩୧/୦୩/୨୦୨୫(ଓଡ଼ିଶା ସମାଚାର)-ନିମାପଡ଼ା ଆଥଲେଟିକ ଆସୋସିଏସନ ଆୟୋଜିତ ରାଜ୍ୟସ୍ତରୀୟ ଜିତେନ୍ ବରାଳ ସ୍ମାରକୀ ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ବାରବାଟୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ। ପୁରୀକ୍ଲବ-ପୁରୀ, ସ୍ପୋର୍ଟ୍ସ ହଷ୍ଟେଲ- ଭୁବନେଶ୍ୱର, ରେନବୋ କ୍ଲବ- ଭୁବନେଶ୍ୱର ଏବଂ ପୋଲିସ କ୍ଲବ ଭୁବନେଶ୍ୱର ମଧ୍ୟରେ ଲିଗ୍ ମ୍ୟାଚ ଖେଳା ଯାଇଥିଲା। ଅତ୍ୟନ୍ତ ରୋମାଞ୍ଚକର ଫାଇନାଲ ମ୍ୟାଚରେ ଭୁବନେଶ୍ୱର ରେନବୋ କ୍ଲବକୁ ୨.୦ରେ ପରାସ୍ତ କରି ପୁରୀକ୍ଲବ ଚମ୍ପିଆନ ହୋଇଥିଲା।

ପୁରୀକ୍ଲବର ସିଦ୍ଧାନ୍ତ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ରାଜକିଶୋରଙ୍କୁ ବେଷ୍ଟ ସେଟର, ଭୁବନେଶ୍ୱର ଶୁକଦେବ ବାରିକଙ୍କୁ ବେଷ୍ଟ ଆଟାକର, ରଶ୍ମିରଂଜନ ପ୍ରଧାନଙ୍କୁ ବେଷ୍ଟ ଲିବେରୋ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ଭଲି ଖେଳାଳୀ ସରାଫତ ଅଲ୍ଲୀ ଖାନ, ଭବାନୀ ଶଙ୍କର ଆଚାର୍ଯ୍ୟ,ସରୋଜ କୁମାର ଦାସ, ବିଦ୍ୟାଧର ମଙ୍ଗରାଜ, ଜୟନ୍ତ କୁମାର ନାୟକ, ସୁବଦ୍ଧ ଜେନା, ବିଚିତ୍ରାନନ୍ଦ ପାତ୍ର, ଦେବେନ୍ଦ୍ର କୁମାର ସେଠୀ ଏବଂ ପ୍ରେସକ୍ଲବ ସଭାପତି ଅକ୍ଷୟ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମ୍ୟାଚ ରେଫରୀ ବିଦ୍ୟୁତ ଭୂଷଣ ରଥ, ଶ୍ରୀକାନ୍ତ ନାୟକ, ସୁବଦ୍ଧ ଜେନା ଓ ଦେବେନ୍ଦ୍ର ସେଠୀ ମ୍ୟାଚ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ସମାଜସେବୀ ମହେନ୍ଦ୍ର ସିଂ ଭାଟିଆ, ଧିରେନ ବରାଳ, ଅଜୟ ତ୍ରିପାଠୀ, ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଚମ୍ପିୟାନ ଦଳ ପୁରୀକ୍ଲବକୁ ଟ୍ରଫି ସହ ୬ହଜାର ଟଙ୍କା ଏବଂ ରନର୍ସଅପ ଦଳ ରେନବୋ କ୍ଲବକୁ ଟ୍ରଫି ସହ ୪ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *