ପ୍ରକାଶ ଙ୍କ ଗଡ଼ରେ ଦିଲିପ ଙ୍କ ସଂଗଠନ ନେଇ ଚର୍ଚ୍ଚା

କଟକ ସଦର,୨୮/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀର ବିଜେପି ଯୁବ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଗଡ଼ରେ ନିର୍ବାଚନର ଦୀର୍ଘ ଦିନ ପରେ ଏଠାରୁ ଲଗାତାର ଦଳୀୟ ଟିକେଟରେ ହାରିଥିଵା ତଥା ଦଳ ଵଦଳକାରୀ ବିଜେପି ନେତା ଦିଲିପ ମଲ୍ଲିକ ଏବେ ପୁଣି ସଂଗଠନ ଆରମ୍ଭ କରିଥିବା କୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଯେ ଜନତା ଦଳ, ବିଜେଡ଼ି ଓ କଂଗ୍ରେସ ପରେ ବିଜେପି କୁ ଡେଇଁ ଟିକେଟ ହାତେଇ ନିର୍ବାଚନ ଲଢିଥିଲେ ବି ଲଗାତାର ତିନିଥର ହାରିଥିଵା ଦିଲିପ ଙ୍କ ଉପରୁ ଆସ୍ଥା ହରାଇ ନବାଗତ ଯୁବ ଚେହେରା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉପରେ ଭରସା କରି ଦଳ ଟିକେଟ ଦେଇଥିବା ବେଳେ ଦଳ ଏଠାରେ ବାଜିମାତ କରିଥିଲା।

ହେଲେ ନିର୍ବାଚନ ପରଠାରୁ ଦିଲ୍ଲିପ ଅକାଳେ ସକାଳେ ନିର୍ବାଚନ ମଣ୍ଡଳୀରେ ଦୃଶ୍ୟମାନ ହୋଇନଥିବା ବେଳେ ଏବେ ଚାରା ରୋପଣ ଓ ଚା ପେ ଚର୍ଚ୍ଚା ଆଦି ମାଧ୍ୟମରେ ପୁଣି ସଂଗଠନ ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବିଧାୟକ ପ୍ରକାଶ ସେଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏ ସମ୍ପର୍କରେ ଜିଲ୍ଲା ଓ ରାଜ୍ୟ ସଭାପତି ଙ୍କୁ ସିଏ ଅବଗତ କରିବେ। ହେଲେ ଆଗକୁ କଟକ ସଦର ର ବିଜେପି ରାଜନୀତି କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *