ଜଗତସିଂହପୁର,୧୦/୯/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ରସୁଲପୁର ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ନାଲସା ଯୋଜନା ଅନୁଯାୟୀ ଯୌନ ଶୋଷଣର ଶିକାର ହେଉଥିବା ପୀଡ଼ିତା ଓ ବାଣିଜ୍ୟକ କାରବାରରେ ଲିପ୍ତ କରୁଥିବା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣ ସଚିବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶାରୀରିକ ଶିକ୍ଷା ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ,ପାରାଲିଗାଲ ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାଧିକରଣର ସଚିବ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସଚେତନ କରାଇଥିଲେ।ଏହି ଯୋଜନା ଅନୁଯାୟୀ ଯୌନ ଶୋଷଣ ଓ ବାଣିଜ୍ୟକ କାରବାରରେ ଶିକାର ହେଉଥିବା ପୀଡ଼ିତା କିପରି ପ୍ରତିରୋଧ,ଉଦ୍ଧାର,ଓ ପୁନଥଇଥାନ ହୋଇପାରିବେ ଏହି ବିଷୟରେ ପ୍ରାଧିକରଣର ସଚିବ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଶାରୀରିକ ଶିକ୍ଷା ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଯୌନ ଶୋଷଣର ଶିକାର ବିଷୟରେ ସଚେତନତା କାର୍ଯ୍ୟକ୍ରମ
