କେନ୍ଦ୍ରାପଡ଼ା, ୩୧/୦୩/୨୦୨୫(ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆଶ୍ରମର ଭକ୍ତମାନଙ୍କ ଗହଣରେ ହିନ୍ଦୁ ନବବର୍ଷର ପ୍ରାରମ୍ଭ ଦିବସରେ ବିଶ୍ୱସ୍ରଷ୍ଟାଙ୍କୁ ବିଶ୍ୱ ତଥା ସମସ୍ତଙ୍କର ମଙ୍ଗଳ ଓ ଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ।
ଏହି ଦିବସର ବୈଶିଷ୍ଟ ସମ୍ପର୍କରେ ଶ୍ରୀମା ଆଲୋକପାତ କରିଥିଲେ । ସେ କହିଥିଲେ ଯେ ବିକ୍ରମାଦିତ୍ୟ ସମ୍ବତ୍ସର ଆରମ୍ଭ ଏବଂ ଧର୍ମରାଜ ଯୁଧିଷ୍ଟିରଙ୍କର ସିଂହାସନ ଆରୋହଣ, ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।
ଏଥିସହିତ ସୃଷ୍ଟିର ଆରମ୍ଭକାଳ ନିର୍ଦ୍ଧାରଣ ହୋଇଥିଲା ବୋଲି ଶ୍ରୀମା ଭକ୍ତମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ଶ୍ରୀଧର ରାଉତ, ବ୍ରହ୍ମଚାରୀ ନୃସିଂହନାଥ, ରୀତାଞ୍ଜଳି ନାଥ, ସାବିତ୍ରୀ ପରିଡା, ବିନତୀ ଖଟୁଆ, ଆଳିଜଙ୍ଗା ମାତୃଚେତନା ସଂଘର ସଦସ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ଅଭିମନୁ୍ୟ ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।
